Posted inଜାତୀୟ

ଏଏପି ହେଉଛି ଛୋଟ ରିଚାର୍ଜ, ୨୦୧୩ର ମୋଦି ହେଉଛନ୍ତି କେଜରିଓ୍ବାଲ : ଓଓ୍ବାଇସିଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୮।୧୧ : ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି) ନିର୍ବାଚନ ପୂର୍ବରୁ ଅଲ ଇଣ୍ଡିଆ ମୁସଲିମ ଇତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି)କୁ କଟାକ୍ଷ କରି ଏହାକୁ ଏକ ଛୋଟ ରିଚାର୍ଜ ବୋଲି କହିଛନ୍ତି। ଡିସେମ୍ବର ୪ ରେ ଅନୁଷ୍ଠିତ ହେବାକୁ ଥିବା ଏମସିଡି ନିର୍ବାଚନରେ ସେଲାମପୁରରୁ ଏଆଇଏମଆଇଏମ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ଓୱାଇସି ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁସଲମାନମାନଙ୍କୁ ବଦନାମ କରିଛନ୍ତି ଏବଂ ସେ ହେଉଛନ୍ତି ୨୦୧୩ର ନରେନ୍ଦ୍ର ମୋଦି। କେଜରିଓ୍ବାଲ ମୋଦିଙ୍କର ସମସ୍ତ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି। କେଜରିୱାଲ ଦଙ୍ଗା ସମୟରେ ନିଖୋଜ ହୋଇଯାଇଥିଲେ। ଯେତେବେଳେ ସେ ଶାହିନ ବାଗରେ ବିକ୍ଷୋଭକାରୀଙ୍କ ବିରୋଧରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ କହିଥିଲେ।

ଏଆଇଏମଆଇଏମ ମୁଖ୍ୟ କହିଛନ୍ତି ଯେ ଯେତେବେଳେ ଲୋକମାନେ କରୋନା ସହିତ ଲଢ଼ୁଥିଲେ, ଅମ୍ଳଜାନ ଏବଂ ଡାକ୍ତରଖାନା ଶଯ୍ୟା ପାଇଁ ଲୋକେ ସଙ୍କଟରେ ପଡ଼ିଥିଲେ ସେତେବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତବଲିଗ ଜମାତ କାରଣରୁ କରୋନା ସଂକ୍ରମଣ ବିସ୍ତାର କରୁଥିବା କହିଥିଲେ। ସେ ଏହାଦ୍ୱାରା ତବଲିଗ ଜମାତକୁ ଅପମାନିତ କରିଥିଲେ। ସେ କହିଛନ୍ତି ଯେ ଦିଲ୍ଲୀର କୋଭିଡ ମାମଲାର ତାଲିକାରେ ତବଲିଗ ଜମାତ ସଦସ୍ୟଙ୍କୁ ସୁପର ସ୍ପ୍ରେଡର୍‌ ବୋଲି ଅଭିଯୋଗ ଅଣାଯାଇଥିଲା। ଫଳରେ ସମଗ୍ର ଦେଶ ମୁସଲମାନମାନଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା। ଘୃଣା ବୃଦ୍ଧି ପାଇଲା ଏବଂ ଅନେକ ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟୀ। ଓୱାଇସି ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଶାହିନ ବାଗରେସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ଅଧ ଘଣ୍ଟା ମଧ୍ୟରେ ସଫା କରିଦେବେ।

ଓୱାଇସି କହିଛନ୍ତି ଯେ ୨୦୨୦ ଦିଲ୍ଲୀ ଦଙ୍ଗାରେ ଘର ପୋଡି ପାଉଁଶ ହୋଇଯାଇଥିଲା। ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଆଉ କେଉଁଠାରେ ଦେଖିବାକୁ ମିଳି ନଥିଲା। ସେ ଅଭିଯୋଗ କରିଛନ୍ତି ଯେ କୌଣସି ଦଳ ମୁସଲମାନ, ଦଳିତ ଏବଂ ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରିବାକୁ ଚାହୁଁନାହାଁନ୍ତି। ସୂଚନାଯୋଗ୍ୟ ଏଆଇଏମଆଇଏମ ଏମସିଡି ନିର୍ବାଚନରେ ୧୬ ଜଣ ପ୍ରାର୍ଥୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri