Categories: ଜାତୀୟ

କେଜରିଓ୍ବାଲଙ୍କୁ ସିବିଆଇର ପଚରା ଉଚରା ଜାରି, ଏଏପି ଡାକିଲା ଏମରଜେନ୍ସି ବୈଠକ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅବକାରି ନୀତି ଘୋଟାଲା ମାମଲାରେ ପଚରା ଉଚରା ପାଇଁ ରବିବାର ସିବିଆଇ ସାମ୍ନାରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଗାଡିରେ ସିବିଆଇ ଅଫିସ ପହଞ୍ଚିଛନ୍ତି। ତେବେ ଏହି ମାମଲାରେ କାଳେ ସିବିଆଇ କେଜରିଓ୍ବାଲଙ୍କୁ ଆରେଷ୍ଟ କରିବ ଏହି ଭୟରେ ଦିଲ୍ଲୀ ଆମ ଆଦମୀ ପାର୍ଟି(ଏଏପି)ର କନଭେରନର ଗୋପାଳ ରାୟ ଏକ ଏମରଜେନ୍ସି ବୈଠକ ଡାକିଛନ୍ତି। ପାର୍ଟି ଅଫିସରେ ସନ୍ଧ୍ୟା ୫ଟାରେ ଏହି ବୈଠକ ଡକାଯାଇଛି। ଏଥିରେ ଅଫିସ କର୍ମଚାରୀ, ଜିଲା ଅଧ୍ୟକ୍ଷ, ନ୍ୟାଶନାଲ ସେକ୍ରେଟାରୀ ଓ ଅନ୍ୟ ନେତାମାନଙ୍କୁ ଯୋଗ ଦେବାକୁ କୁହାଯାଇଛି।

Share