Posted inଜାତୀୟ

ଜମ୍ମୁ-କଶ୍ମୀରରେ ଖାତା ଖୋଲିଲା ଏଏପି: ବାଜିମାରିଲେ ମେହରାଜ

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ନିଜର ଆକାଉଣ୍ଟ ଖୋଲିଛି। ଡୋଡା ବିଧାନସଭା ଠାରୁ ୪୭୭୦ ଭୋଟରେ ଏଏପି ପ୍ରାର୍ଥୀ ମେହରାଜ ମଲିକ ଜିତିଛନ୍ତି।

ଏହି ବିଜୟକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ଖୁସି ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ଭାଜପାକୁ ପରାସ୍ତ କରି ଚମତ୍କାର ବିଜୟ ପାଇଁ ଡୋଡାରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ମେହେରାଜ ମଲିକଙ୍କୁ ଅନେକ ଅନେକ ଅଭିନନ୍ଦନ। ଆପଣ ନିର୍ବାଚନରେ ବହୁତ ଭଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପଞ୍ଚମ ରାଜ୍ୟରେ ବିଧାୟକ ହୋଇଥିବାରୁ ସମଗ୍ର ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ।

ଏଏପି ନେତା ଗୋପାଳ ରାୟ କହିଛନ୍ତି, ଆମ ଆଦମୀ ପାର୍ଟି ଦିଲ୍ଲୀ ପରେ ପଞ୍ଜାବରେ ସରକାର ଗଠନ କରିଛି। ବିଧାୟକମାନେ ଗୋଆ ଏବଂ ଗୁଜରାଟରୁ ବିଜୟୀ ହୋଇଥିଲେ। ଦଳ ଏକ ଜାତୀୟ ଦଳ ହେଲା। ଜମ୍ମୁ କଶ୍ମୀରର ଲୋକମାନେ ଆମ ଆଦମୀ ପାର୍ଟିର ପ୍ରତିନିଧିତ୍ୱକୁ ବିଧାନସଭାକୁ ପଠାଇଛନ୍ତି। ସମଗ୍ର ଦେଶରେ ଏଏପି ପାଇଁ ଉତ୍ସାହର ବିଷୟ।

ଏଏପିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ମେହରାଜ ମଲିକଙ୍କ ପାଇଁ ପ୍ରଚାର କରିଥିଲେ। ତାଙ୍କ ବିଜୟ ପରେ ସିଂ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଜମ୍ମୁ କଶ୍ମୀରର ଡୋଡା ଆସନରୁ ଐତିହାସିକ ବିଜୟ ପାଇଁ ମେହେରାଜ ମଲିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଅରବିନ୍ଦ କେଜ୍‌ରିୱାଲଙ୍କ ନେତୃତ୍ୱରେ ସାରା ଦେଶରେ ସଚ୍ଚୋଟତା ରାଜନୀତି ଆଗକୁ ବଢୁଛି।

ମେହେରାଜ ଭାଜପା ପ୍ରାର୍ଥୀ ଗଜେୟା ସିଂ ରାଣାଙ୍କୁ ୪୭୭୦ ଭୋଟରେ ପରାସ୍ତ କରିଛନ୍ତି। ଏଠାରେ ନ୍ୟାଶନାଲ୍‌ କନଫରେନ୍ସ ପ୍ରାର୍ଥୀ ଖଲିଦ ନଜୀବ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ମହମ୍ମଦ ମୋକିମ୍‌, ଏହି ଦିନ ଲଞ୍ଚ କରିବେ ନୂଆ ଦଳ

ଭୁବନେଶ୍ବର,୮ା୩: ଏପ୍ରିଲ୍‌ ୮ରେ ମହମ୍ମଦ ମୋକିମ୍‌ ନୂଆ ଦଳ ଲଞ୍ଚ୍‌ କରିବେ । ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିବ ବୋଲି ଘୋଷଣା କରିଛନ୍ତି…

‘ନାରୀ ଶିକ୍ଷିତ ହେଲେ ଆର୍ଥିକ କ୍ଷେତ୍ରରେ ପ୍ରଗତି ହୋଇପାରିବ’

ଭଞ୍ଜନଗର,୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଘୁମୁସର ଗବେଷଣା ପ୍ରତିଷ୍ଠାନ(ଜିଜିପି) ପକ୍ଷରୁ…

ଫାଇନାଲ ମ୍ୟାଚରେ ହେବ ବର୍ଷା! ଜାଣନ୍ତୁ କେମିତି ରହିଛି ପାଗ

ନୂଆଦିଲ୍ଲୀ,୮।୩: ସେମିଫାଇନାଲରେ ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଟିମ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ଭାରତ ରବିବାର, ୮ ମାର୍ଚ୍ଚରେ ଅହମଦାବାଦର ନରେନ୍ଦ୍ର…

ଫାଇନାଲ ମ୍ୟାଚ ପୂର୍ବରୁ ୨ ଦିନ ହେବ ଶୋଇ ପାରି ନାହାଁନ୍ତି ଏହି ଗାୟିକା, କାହିଁକି? କହିଲେ ଏହାର କାରଣ

ନୂଆଦିଲ୍ଲୀ,୮।୩: ରବିବାରି, ୮ ମାର୍ଚ୍ଚରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ T20 ବିଶ୍ୱକପ ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଗାୟିକା ଫାଲଗୁନି ପାଠକ ସମାପନ ଉତ୍ସବରେ…

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଓଡ଼ିଶାର…

ବଲାଙ୍ଗୀର,୮ା୩(ସୁନିଲ କୁମାର ମହାନ୍ତି): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ବଲାଙ୍ଗୀର ଜିଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦ୍‌ଘାଟିତ ହୋଇଛି।…

‘ଓ୍ବାର୍ଲଡ କପ ଆମର’, କିଏ ଆଉ କାହିଁକି କହିଲେ ଏମିତି? ଫାଇନାଲ ମ୍ୟାଚ ପୂର୍ବରୁ ଚର୍ଚ୍ଚାରେ ଏହି ବୟାନ

ନୂଆଦିଲ୍ଲୀ,୮।୩: ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସା ୭ଟାରୁ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ…

ଅନ୍ତର୍ଜାତୀୟ ମହିଳା ଦିବସରେ ଏକାଠି ହେଲେ ମହିଳା, ନିଜେ ସ୍ବାବଲମ୍ବୀ ହେବା ସହ…

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଆମ୍ବ ବଗିଚାଠାରେ ରବିବାର ମଧ୍ୟାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ନାରୀ ମହାସଂଘର…

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri