ଅମିରଙ୍କୁ ଫିଲ୍ମରୁ ରିଜେକ୍ଟ କଲେ ପୂର୍ବତନ ସ୍ତ୍ରୀ

କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାପତା ଲେଡିଜ’କୁ ଦର୍ଶକମାନେ ଦୀର୍ଘ ଦିନ ହେବ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ୧ରେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି ଫିଲ୍ମରେ ନିତାଂଶୀ ଗୋୟଲ, ସ୍ପର୍ଶ ଶ୍ରୀବାସ୍ତବ, ପ୍ରତୀଭା ରାଣ୍ଟା, ଛାୟା କଦମ, ରବି କିଶନ ମୁଖ୍ୟ ଭୂମିକାରେ ନଜର ଆସିବେ।
ଫିଲ୍ମକୁ ନେଇ କିରଣ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅମିର ଖାନ ମଧ୍ୟ ‘ଲାପତା ଲେଡିଜ’ ପାଇଁ ଅଡିସନ ଦେଇଥିଲେ। ଫିଲ୍ମରେ ରବି କିଶନ ଯେଉଁ ଭୂମିକାରେ ଅଛନ୍ତି, ସେହି ଭୂମିକାରେ ଅଭିନୟ କରିବାକୁ ଅମିର ଚାହୁଁଥିଲେ। କିନ୍ତୁ ତାଙ୍କୁ ରିଜେକ୍ଟ କରି ରବି କିଶନଙ୍କୁ ନିଆଯାଇଥିଲା। କାରଣ ଅମିରଙ୍କ ଅପେକ୍ଷା ରବିଙ୍କ ଅଭିନୟ ଉଚ୍ଚମାନର ଥିଲା।
ଫିଲ୍ମ ‘ଲାପତା ଲେଡିଜ’ ସହିତ କିରଣ ରାଓ ଦୀର୍ଘ ଦିନ ପରେ ନିର୍ଦ୍ଦେଶନା ଜଗତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କର ଏହି ଫିଲ୍ମ ଅମିର ପ୍ରଡକ୍ସନ୍ସ ଏବଂ କିଣ୍ଡଲିଂ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହୋଇଛି। ୨୦୨୩ରେ ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (TIFF) ରେ ସ୍କ୍ରିନିଂ ପରେ ଏହି ଫିଲ୍ମଟିକୁ ଷ୍ଟାଣ୍ଡିଂ ଓବେସନ୍‌ ମିଳିଥିଲା।
କିରଣ ହେଉଛନ୍ତି ଅମିର ଖାନ ଦ୍ୱିତୀୟ ସ୍ତ୍ରୀ। କିନ୍ତୁ ଉଭୟ ଛାଡପତ୍ର ନେଇସାରିଛନ୍ତି। କିନ୍ତୁ ଦୁହିଁଙ୍କ ବନ୍ଧୁତା ବଜାୟ ରହିଛି।

Share