ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ରକୁଲପ୍ରିତ ସିଂ ଓ ଅଜୟ ଦେବଗନଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହାର ଶୁଟିଂ ନ ସରିଥିଲେ ବି ଏବେଠାରୁ ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି ଇନ୍ଦ୍ର କୁମାର ତାଙ୍କର ଆଗାମୀ ଫଲ୍ମ ବଲିଉଡ୍ ନାୟକ ମାଧୁରୀ ଦିକ୍ଷିତ ଓ ଆମରି ଖାଁଙ୍କୁ ନେଇ କରିବାକୁ ଯୋଜନା କରୁଛନ୍ତି । ତେବେ ୯୦ ଦଶକର ସୁପରହିଟ୍ ଫିଲ୍ମ ‘ଦିଲ’ର ଏହା ରିମେକ ବୋଲି କୁହାଯାଉଛି । ସେଥିରେ ବି ଆମିର ଓ ମାଧୁରୀଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେଣୁ ରିମେକରେ ବି ନିର୍ଦ୍ଦେଶକ ଏହି ଯୋଡିଙ୍କୁ ନେବାକୁ ଚିନ୍ତା କରୁଛନ୍ତି । ଅବଶ୍ୟ ସମୟକ୍ରମେ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରାଯିବ ବୋଲି ଶୁଣିବାକୁ ମିଳିଛି । ଯଦି ସବୁ ଠିକ୍ ରହିଲା ତେବେ ଇନ୍ଦ୍ର କୁମାର ଭୁଷଣ କୁମାରଙ୍କ ସହ ମିଶି ‘ଦିଲ’ର ରିମେକ ପ୍ରସ୍ତୁତ କରିବେ ।

Share