ମାଧୁରୀଙ୍କ ସହ ପୁଣି ନଜର ଆସିବେ ଆମିର!

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏବେ ତାଙ୍କର ୧୭ ତମ ଫିଲ୍ମ ‘ଥ୍ୟାଙ୍କ ଗଡ’ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ରକୁଲପ୍ରିତ ସିଂ ଓ ଅଜୟ ଦେବଗନଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏହାର ଶୁଟିଂ ନ ସରିଥିଲେ ବି ଏବେଠାରୁ ଇନ୍ଦ୍ର କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି ଇନ୍ଦ୍ର କୁମାର ତାଙ୍କର ଆଗାମୀ ଫଲ୍ମ ବଲିଉଡ୍ ନାୟକ ମାଧୁରୀ ଦିକ୍ଷିତ ଓ ଆମରି ଖାଁଙ୍କୁ ନେଇ କରିବାକୁ ଯୋଜନା କରୁଛନ୍ତି । ତେବେ ୯୦ ଦଶକର ସୁପରହିଟ୍ ଫିଲ୍ମ ‘ଦିଲ’ର ଏହା ରିମେକ ବୋଲି କୁହାଯାଉଛି । ସେଥିରେ ବି ଆମିର ଓ ମାଧୁରୀଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ତେଣୁ ରିମେକରେ ବି ନିର୍ଦ୍ଦେଶକ ଏହି ଯୋଡିଙ୍କୁ ନେବାକୁ ଚିନ୍ତା କରୁଛନ୍ତି । ଅବଶ୍ୟ ସମୟକ୍ରମେ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରାଯିବ ବୋଲି ଶୁଣିବାକୁ ମିଳିଛି । ଯଦି ସବୁ ଠିକ୍ ରହିଲା ତେବେ ଇନ୍ଦ୍ର କୁମାର ଭୁଷଣ କୁମାରଙ୍କ ସହ ମିଶି ‘ଦିଲ’ର ରିମେକ ପ୍ରସ୍ତୁତ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri