ସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଆମିର ଖାନ, ମିଳିଲା ଧମକ; ତୃତୀୟ ବିବାହକୁ ନେଇ…

ମୁମ୍ବାଇ,୧୮।୭: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଅଭିନେତା ଆମିର ଖାନ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌କୁ ଆସିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇ ସୋସିଆଲ ମିଡିଆରେ ପୋଷ୍ଟ ଏବଂ ଅଡିଓ ପଠାଇ ଆମିର ଖାନଙ୍କୁ ଧମକ ଦେଇଛନ୍ତି। ତେବେ ଏହି ସୋସିଆଲ ମିଡିଆ ପୋଷ୍ଟ ଏବଂ ଅଡିଓର ସତ୍ୟାସତ୍ୟକୁ କୌଣସି ଗଣମାଧ୍ୟମ ସ୍ପଷ୍ଟ କରିନାହିଁ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇଙ୍କ ପକ୍ଷରୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଆମିର ଖାନଙ୍କୁ ମିଳିଥିବା ଧମକରେ ଲେଖାଯାଇଛି, “ଜୟ ଶ୍ରୀ ରାମ, ଜୟ ସୀତା ରାମ। ମୁଁ ଆରଜୁ ବିଷ୍ଣୋଇ ଏବଂ ଟାୟସନ ବିଷ୍ଣୋଇ (ଲରେନ୍ସ ବିଷ୍ଣୋଇ ଗ୍ରୁପ) ଜଣାଉଛୁ ଯେ, ଆମ ସଂସ୍କୃତି ବିରୋଧରେ ଆମ ଦେଶରେ ଲଭ୍‌ ଜିହାଦ ନାମରେ ଆମିର ଖାନଙ୍କ ଭଳି ଲୋକ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ ଏବଂ ଏହାର ଜବାବ ବହୁତ ଶୀଘ୍ର ୁ ଦିଆଯିବ। ଏହି ଜିନିଷ ଆମ ସନାତନ ଧର୍ମ ଏବଂ ଦେଶ ବିରୋଧରେ ଅଟେ।”

Odisha’s No.1 Odia Daily

 

Share