ବିବାହକୁ ୪ ମାସ ନ ପୂରୁଣୁ ଘର ଛାଡ଼ିଲେ ଅମିର ଖାନ: ତୃତୀୟ ସ୍ତ୍ରୀଙ୍କ ସହ….

ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ମିର ଖାନ ପୁଣି ଚର୍ଚ୍ଚାରେ। ପ୍ରଥମ ଦୁଇଟି ବିବାହରେ ବିଚ୍ଛେଦ ପରେ ଅଭିନେତା ନିଜ ଜୀବନର ତୃତୀୟ ଅଧ୍ୟାୟ ଆରମ୍ଭ କରିଛନ୍ତି। ପ୍ରେମିକା ଗୌରୀ ସ୍ପ୍ରାଟଙ୍କ ସହ ରେଜିଷ୍ଟ୍ରି ମ୍ୟାରେଜ କରିବା ପରେ ଦୁହେଁ ନୂଆ ଜୀବନ ଆରମ୍ଭ କରିଛନ୍ତି। ହେଲେ ବିବାହକୁ ଚାରି ମାସ ମଧ୍ୟ ପୂରିବା ପୂର୍ବରୁ ଏହି ଦମ୍ପତିଙ୍କୁ ନିଜ ରହୁଥିବା ଘର ଛାଡ଼ିବାକୁ ପଡିଛି। ଏବେ ସେମାନେ ମୁମ୍ବାଇରେ ନୂଆ ଘର ଖୋଜୁଛନ୍ତି।
ଅମିର ଖାନ ଓ ଗୌରୀ ବର୍ତ୍ତମାନ ମୁମ୍ବାଇର ପାଲି ହିଲ ଅଞ୍ଚଳର ଏକ ବିଲ୍ଡିଂରେ ଥିବା ଚାରିଟି ଭଡ଼ା ଫ୍ଲାଟ୍‌ରେ ରହୁଛନ୍ତି। ଏହି ବିଲ୍ଡିଂର ପୁନଃବିକାଶ ବା ରିଡେଭଲପମେଣ୍ଟ ହେବାକୁ ଯାଉଥିବାରୁ ଦମ୍ପତିଙ୍କୁ ଘର ବଦଳାଇବାକୁ ପଡ଼ିଛି। ତେଣୁ ସେମାନେ ମୁମ୍ବାଇର ଅନ୍ୟ ଏକ ଅଞ୍ଚଳରେ ନୂଆ ଭଡ଼ା ଘର ଖୋଜୁଥିବା ଜଣାପଡ଼ିଛି। ପ୍ରାୟ ଦେଢ଼ ବର୍ଷ ପୂର୍ବେ ଆମିର ଖାନ ୟୁନିଅନ ପାର୍କସ୍ଥିତ ନିଜ ପୁରୁଣା ଘର ଛାଡ଼ିଥିଲେ। ସେହି ସମ୍ପତ୍ତିର ମଧ୍ୟ ପୁନଃବିକାଶ ହେବାକୁ ଥିବାରୁ ସେ ପାଲି ହିଲ୍‌ର ନର୍ଗିସ ଦତ୍ତ ରୋଡ୍‌ ସ୍ଥିତ ଏକ ବିଲ୍ଡିଂରେ ଭଡ଼ାରେ ରହିବା ଆରମ୍ଭ କରିଥିଲେ।

୫ ଜୁଲାଇ ୨୦୨୬ରେ ଏହି ଘରେ ହିଁ ଏକ ଘରୋଇ ସମାରୋହରେ ଅମିର ଓ ଗୌରୀ ବିବାହ କରିଥିଲେ। ଏଥିରେ କେବଳ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବ୍ୟକ୍ତି ସାମିଲ ହୋଇଥିଲେ। ଏବେ ଏହି ବିଲ୍ଡିଂର ରିଡେଭଲପମେଣ୍ଟ ପ୍ରକ୍ରିୟା ଆଗକୁ ବଢ଼ୁଥିବାରୁ ସେମାନଙ୍କୁ ପୁଣିଥରେ ଘର ବଦଳାଇବାକୁ ପଡୁଛି।
ଅମିର ଓ ଗୌରୀ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ୨୦୨୭ ଆରମ୍ଭରେ ନୂଆ ଘରକୁ ସ୍ଥାନାନ୍ତର ହୋଇପାରନ୍ତି। ନୂଆ ଘରକୁ ନିଜ ପସନ୍ଦ ଓ ଆବଶ୍ୟକତା ଅନୁସାରେ ସଜାଇବା ପାଇଁ ଇଣ୍ଟେରିୟର୍‌ କାମ ଚାଲିଛି।

 

Dharitri – Odisha’s No.1 Odia Daily

 

Share