‘ଛାଡପତ୍ର ପରେ ପୁଣି କୋଳାଗ୍ରତ’

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅମିର ଖାନ ନିକଟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣ ରାଓଙ୍କ ସହ ପୁଣିଥରେ ନଜର ଆସିଥିଲେ। ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଉଭୟ ଏକାଠି ଫଟୋଗ୍ରାଫର୍‌ଙ୍କୁ ପୋଜ୍‌ ଦେଇଥିଲେ। କେବଳ ଏତିକି ନୁହେଁ, ଦୁହେଁ ପରସ୍ପରକୁ କୋଳାଗ୍ରତ ମଧ୍ୟ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗତ ବର୍ଷ ଅମିର-କିରଣ ସେମାନଙ୍କ ଛାଡପତ୍ର ବିଷୟରେ ସୂଚନା ଦେଇ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତଥାପି, ସେମାନଙ୍କର ବୃତ୍ତିଗତ ସମ୍ପର୍କ ଆଜି ବି ଜାରି ରହିଛି। ଛାଡପତ୍ର ଘୋଷଣା କରିବାବେଳେ ଅମିର ମଧ୍ୟ ଏହି କଥା କହିଥିଲେ ଯେ ଆମେ ସବୁବେଳେ ବନ୍ଧୁ ରହିବୁ।
ଅମିର ତାଙ୍କ ଫିଲ୍ମ ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ୧୫ ବର୍ଷର ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ସ୍ଥିର କରିଥିଲେ। କିରଣ ୨୦୦୫ରେ ଦ୍ୱିତୀୟ ଥର ପାଇଁ ଅମିରଙ୍କୁ ବିବାହ କରିଥିଲେ। ଏହାପୂର୍ବରୁ, ରୀନା ଦତ୍ତଙ୍କୁ ବିବାହର ୧୬ ବର୍ଷ ପରେ ଅମିର ଛାଡପତ୍ର ଦେଇଥିଲେ।

Share