ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କୁ ଚୁମ୍ବନ ଦେଲେ ଅମୀରଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ତଥା ସୁପରଷ୍ଟାର ଅମୀର ଖାନଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଇରା ତାଙ୍କ ପ୍ରେମିକ ନୁପୂର ଶିଖରଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇରା ନିଜେ ବିଶ୍ୱାସ କରି ନ ଥିଲେ ଯେ, ନୁପୂର ମଧ୍ୟ ତାଙ୍କୁ ଏହିପରି ପ୍ରସ୍ତାବ ଦେଇପାରନ୍ତି। ଉଭୟଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟେ ଖୁବ୍‌ ରୋମାଣ୍ଟିକ୍‌ ଦିଶୁଛନ୍ତି।

Photo Credit : Ira Khan, Nupur Shikhare Instagram Photos Screenshot

ଲୁକ୍‌ ବିଷୟରେ କହିବାକୁ ଗଲେ ଉଭୟ କାଜୁଆଲ ଡ୍ରେସରେ ଖୁବ୍‌ ଭଲ ଦେଖାଯାଉଛନ୍ତି। ପ୍ରଥମ ଫଟୋରେ ଉଭୟ ନୁପୂର ଏବଂ ଇରା ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ଇରା ନୁପୂରଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଉଭୟଙ୍କ ଏହି ରୋମାଣ୍ଟିକ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଉଭୟଙ୍କ ଏପରି ଫଟୋ ବି ସାମ୍ନାକୁ ଆସିଛି।

ନୁପୂର ୧୭ ଅକ୍ଟୋବର ୧୯୮୫ରେ ପୁଣେରେ ଜନ୍ମଗ୍ରହଣ କରିଥିଲେ। ଏସ୍‌ଡି କଟାରିଆ ହାଇସ୍କୁଲରୁ ପାଠପଢ଼ା ସମାପ୍ତ କରିବା ପରେ ଆର୍‌ଏ ପୋଡାର କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିଲେ। ସେ ଜଣେ ସେଲିବ୍ରିଟି ଫିଟନେସ୍‌ ପ୍ରଶିକ୍ଷକ। ଇରାଙ୍କୁ ମଧ୍ୟ ସେ ତାଲିମ ଦେଉଥିଲେ। ଏହି ସମୟରେ ଉଭୟେ ପ୍ରେମରେ ପଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?