ପ୍ରେମରେ ଉବୁଟୁବୁ ଇରା: ବାପାଙ୍କ ଫିଟ୍‌ନେସ୍‌ କୋଚଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ: ବଲିଉଡ୍‌ ପରଫେକ୍ଟନିଷ୍ଟ ଅମିର ଖାଁଙ୍କ ଝିଅ ଇରା ଖଁା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମରେ ସେ ନିଜ ଜୀବନ ହେଉ ବା ମନର କଥାକୁ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ନିକଟରେ ସେ ଡିପ୍ରେସନ ଥିବା ନେଇ ଖୁଲାସା କରିଥିଲେ। ତେବେ କିଛି ସମୟ ପୂର୍ବରୁ ତାଙ୍କର ମିଶାଲ କୃପଲାନିଙ୍କ ସହ ବ୍ରେକଅପ୍‌ ଖବର ଚର୍ଚ୍ଚାକୁ ଆସିଥିଲା। ହେଲେ ଏବେ ସେ ନୂଆ ରିଲେସନ୍‌ଶିପ୍‌ରେ ଥିବା ନେଇ ଚର୍ଚ୍ଚା ହେଉଛି।

ବାପା ଅମିରଙ୍କ ଫିଟ୍‌ନେସ୍‌ କୋଚ ନୂପୁର ଶିଖରେଙ୍କୁ ଇରା ଡେଟ୍‌ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଲକ୍‌ଡାଉନ ସମୟରେ ଦୁହେଁ ନିକଟବର୍ତ୍ତୀ ହୋଇଥିବା ବେଳେ ପରସ୍ପରକୁ ଦୁହେଁ ଡେଟ୍‌ କରୁଛନ୍ତି। ପ୍ରାୟ ସମୟରେ ଦୁହଁିଙ୍କୁ ଏକାଠି ସ୍ପଟ କରାଯାଇଛି। କେବଳ ସେତିକି ନୁହେଁ, ମହାବଳେଶ୍ୱରରେ ଥିବା ଅମିରଙ୍କ ଫାର୍ମହାଉସ୍‌ରେ ଇରା ଓ ନୂପୁର ହଲିଡେ ମନାଇଥିଲେ। ସେହି ସମୟରେ ନୂପୁରଙ୍କୁ ମା’ ରୀନା ଦତ୍ତାଙ୍କ ସହ ଇରା ସାକ୍ଷାତକାର କରାଇଥିଲେ। କୁହାଯାଉଛି, ଦୁହେଁ ନିଜ ସମ୍ପର୍କକୁ ନେଇ ବେଶ୍‌ ସରିୟସ୍‌ ଅଛନ୍ତି।

Share