Posted inଖେଳ

ରାଜସ୍ଥାନରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଲେ ଅମିର ଖାନ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ସୁପରଷ୍ଟାର ଅମିର ଖାନ୍‌ଙ୍କୁ ଆଇପିଏଲ୍‌ରେ କିଣିବାକୁ ରାଜି ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମ ସିଜନ ଚାମ୍ପିୟନ ‘ମିଃ ପରଫେକ୍‌ଶନିଷ୍ଟ’ଙ୍କ କ୍ରିକେଟିଂ ଦକ୍ଷତା ଉପରେ ବିଶ୍ୱାସ ଦେଖାଇବା ସହିତ ଆଗାମୀ ସିଜନରେ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଇଚ୍ଛା ପ୍ରକଟ କରିଥିଲା।
ଅମିର ଖାନ୍‌ ଏବଂ ଷ୍ଟାର ସ୍ପୋଟର୍‌ସ ବିଶେଷଜ୍ଞଙ୍କ ମଧ୍ୟରେ ଚାଲିଥିବା ଥଟ୍ଟା ଆଲୋଚନାରେ ସାମିଲ ହୋଇ ରାଜସ୍ଥାନ ରୟାଲ୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲା, ଯେଉଁଥିରେ ଅଭିନେତାଙ୍କୁ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ ବୋଲି ଦାବି କରାଯାଇଥିଲା। ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଅମିରଙ୍କ ଆଇକନିକ୍‌ ଫିଲ୍ମ ‘ଲଗାନ’ର ଏକ ଏଡିଟେଡ୍‌ ଫଟୋକୁ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯବା ସହ କ୍ୟାପ୍‌ଶନ୍‌ରେ ‘ଅମିର ଖେଲେଗା’ ଉଲ୍ଲେଖ କରାଯାଇଥିଲା। ଏହାର ପ୍ରତି ଉତ୍ତରରେ ଏକ ଭିଡିଓ ଜରିଆରେ ଅମିର ଫ୍ରାଞ୍ଚାଇଜ୍‌କୁ ଧନ୍ୟବାଦ ଦେଇଥିଲେ। ‘ମୋ ଉପରେ ବିଶ୍ୱାସ ରଖିବା ପାଇଁ ଏବଂ ଦଳୀୟ ଏକାଦଶରେ ସ୍ଥାନ ଦେବାର ପ୍ରସ୍ତାବ ଲାଗି ରାଜସ୍ଥାନ ରୟାଲ୍ସକୁ ଧନ୍ୟବାଦ। ଏହା ମୋ ହୃଦୟକୁ ଛୁଇଁଛି। କିନ୍ତୁ ବଡ଼କଥା ହେଲା, ତୁମ ଦଳ ଚଳିତବର୍ଷ ଖୁବ୍‌ ଶକ୍ତିଶାଳୀ। ଯଦି ମୁଁ ଯୋଗଦିଏ, ତେବେ ତୁମେ ଅପରାଜେୟ ହୋଇଯିବ। ତୁମ ପାଖରେ ଅରେଞ୍ଜ କ୍ୟାପ୍‌ ଅଧିକାରୀ ଜୋସ୍‌ ବଟଲର ଓ ପର୍ପଲ କ୍ୟାପ୍‌କୁ ପିଛା କରୁଥିବା ୟୁଜ୍‌ବେନ୍ଦ୍ର ଚହଲ ଅଛନ୍ତି। କିନ୍ତୁ ମୁଁ ଜଣେ ଅଲ୍‌ରାଉଣ୍ଡର। ଯଦି ମୁଁ ଚଳିତ ବର୍ଷ ଖେଳେ, ତେବେ ଉଭୟ କ୍ୟାପ୍‌ ନେଇଯିବି। ଏଣୁ ମୁଁ ଆଗାମୀ ବର୍ଷ ଦଳରେ ଯୋଗଦେବି ଏବଂ ଆମେ ଏକତ୍ରିତ ହୋଇ ନେଟ୍ସରେ ପ୍ରାକ୍ଟିସ କରିବା। ତୁମମାନଙ୍କୁ ଆଗାମୀ ପ୍ଲେଅଫ୍‌ ମ୍ୟାଚ୍‌ ପାଇଁ ଶୁଭକାମନା’ ବୋଲି ଅଭିନେତା ଜଣକ ପୋଷ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri