ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଭୁବନେଶ୍ବର ପରେ ଏବେ କଟକରେ କିଛି ବିଜେଡି ନେତା ମେଳି କରିଛନ୍ତି । ଏକାଠି ହୋଇଥିଲେ ବିଜେଡିର କିଛି ଯୁବ ଓ ବରିଷ୍ଠ ନେତା ।

ସୂଚନା ଅନୁସାରେ, କଟକ ତେଲେଙ୍ଗାପେଣ୍ଠ ଫାର୍ମହାଉସ୍‌ରେ ମେଳି ହୋଇଥିଲେ । ସେହି ସମୟର ଫଟୋ ମଧ୍ୟ ଭାଇରାଲ ହେଉଛି । ଦେବାଶିଷ ସାମନ୍ତରାୟ, ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ବିତ ରାଉତରାୟ, ଅଂଶୁମାନ ମହାନ୍ତି ଉପସ୍ଥିତ ଥିଲେ । ବିଷ୍ଣୁବ୍ରତ ରାଉତରାୟ ଓ ରୁଦ୍ର ମହାରଥୀ ବି ମେଳିରେ ଥିଲେ ।

ତେବେ ବିଜେଡି ନେତାଙ୍କ ମେଳିକୁ ନେଇ ଦେବାଶିଷ ସାମନ୍ତରାୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜୁ ଯୁବ ଏବଂ ଛାତ୍ର ସଂଗଠନ କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ଅସନ୍ତୋଷ ଝାଡିଛନ୍ତି । କହିଲେ, କଟକରେ ଯେଉଁମାନେ ବିଜେଡି ବାନାକୁ ଟେକି ଧରିଥିଲେ ସେମାନଙ୍କର ଆଉ ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ମେୟର ନିର୍ବାଚନରେ ସେମାନଙ୍କର ଭୂମିକା କାହାକୁ ଅଛପା ନାହିଁ । ମେୟର ନିର୍ବାଚନରେ ୩୧ ରୁ ୨୮ ଟି କର୍ପୋରେଟ ଆସନରେ ଜିତିଥିଲୁ । ଚିନ୍ମୟ ଏବଂ ଇସ୍ପିତା କଟକ ବାବଦରେ କଣ ଜାଣନ୍ତି । ମୁଁ ଭାବୁଛି ଏବେ ନିଷ୍ପତ୍ତି ନେଇନଥିବେ । ଏଭଳି କର୍ମକର୍ତ୍ତା ବଛାଯିବ ସଂଗଠନ ବହୁତ ଦୁର୍ବଳ ହେବ ।

ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଭାତ ବିଶ୍ବାଳଙ୍କ ପ୍ରଶଂସାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଲେ । ନାଲି ବାବା କହି ପ୍ରଭାତ ବିଶ୍ବାଳଙ୍କୁ ତାଚ୍ଛଲ୍ୟ କଲେ ଦେବାଶିଷ । ଆଗରୁ ଶୋଧୁଥିଲେ, ଏବେ କାହିଁକି ପ୍ରଶଂସା କରୁଛନ୍ତି ମୁଁ ଜାଣିନି ବୋଲି କହି ସେ ଟାର୍ଗେଟ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଆକାଶରୁ ବର୍ଷୁଛି ନିଆଁ, କଲବଲ ହେଉଛି ଜୀବନ, ଆହୁରି ୫ ଦିନ ଯାଏ…

ଭୁବନେଶ୍ୱର,୨୧ା୫: ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଆକାଶରୁ ଯେମିତି ଅଗ୍ନିବର୍ଷା ହେଉଛି। ଅସହ୍ୟ ଖରା ତାତି ଓ ଗୁଳୁଗୁଳିରେ କଲବଲ ହେଉଛି ଜୀବନ। ସକାଳୁ ରାତି, ଘରେ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri