୯ ବର୍ଷ ପରେ ଅଲଗା ହେଲେ ଏହି ଲୋକପ୍ରିୟ ଯୋଡ଼ି; ଜାଣନ୍ତୁ କାହାକୁ ମିଳିଲା ଝିଅଙ୍କ କଷ୍ଟଡି

ବମ୍ବେ: ପ୍ରଥମେ ପ୍ରେମ, ପରେ ବିବାହ, ଆଉ ଏବେ ବିଚ୍ଛେଦ ନେଇ ଖବର। ଏଭଳି କିଛିକୁ ନେଇ ଚର୍ଚ୍ଚାରେ ଟେଲିଭିଜନଜଗତର ଲୋକପ୍ରିୟ ଯୋଡ଼ି ସଞ୍ଜିଦା ଶେଖ ଏବଂ ଆମିର ଅଲି। ଏକ ସମୟରେ ଦର୍ଶକଙ୍କ ଭଲପାଇବା ପାଉଥିବା ଏହି ଯୋଡ଼ି ଏବେ ଅଲଗା ହୋଇଯାଇଛନ୍ତି। କେବଳ ସେତିକି ନୁହେଁ ଝିଅ ଆୟରାଙ୍କ କଷ୍ଟଡି ସଞ୍ଜିଦାଙ୍କୁ ମିଳିଥିବା କୁହାଯାଉଛି।

କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଆମିର-ସଞ୍ଜିଦା ୨୦୧୨ରେ ବିବାହ କରିଥିଲେ। ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। ୨୦୧୯ରେ ଉଭୟ ସରୋଗେସୀ ଜରିଆରେ ସନ୍ତାନ ପ୍ରାପ୍ତି କରିଥିଲେ। ହେଲେ ୨୦୨୦ରୁ ଦୁଇ ଟେଲି ତାରକାଙ୍କ ମଧ୍ୟରେ ସବୁ ଠିକ୍‌ ଚାଲି ନ ଥିବା ଖବର ଶୁଣିବାକୁ ମିଳୁଥିଲା। ୯ ମାସ ପୂର୍ବେ ସେମାନେ ଅଲଗା ହୋଇଛନ୍ତି। ଏବେ ସଞ୍ଜିଦା ଝିଅଙ୍କ ଦେଖାଶୁଣା କରିବେ।

Share