ଭୁବନେଶ୍ୱର,୪।୧: ଭୁବନେଶ୍ୱର ରୁପାଲି ଛକରେ ‘ଆମ ବସ’ ଦୁର୍ଘଟଣାର ପ୍ରତିବାଦ କରିଛି ଅଟୋ ମହାସଂଘ। କ୍ରୁଟ୍ର ଗାଡ଼କଣ ବସ୍ ଡିପୋ ଆଗରେ ବିକ୍ଷୋଭ କରାଯାଇଛି। ଅନ୍ ଲାଇନ ସ୍ମାର୍ଟ ସିଟି ଅଟୋ ମହାସଂଘର ପକ୍ଷରୁ ବିକ୍ଷୋଭ ହୋଇଛି।
ଶନିବାର ମୋ ବସ୍ ସମାନ ଜାଗା ରୁପାଲି ଛକରେ ଦୁଇଥର ଦୁର୍ଘଟଣା କରିଥିଲା। ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ସେଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା ଜଣେ ଗୁରୁତର ହୋଇଥିଲେ। ପରେ ଏକ ସ୍କୁଟିକୁ ମଧ୍ୟ ଧକ୍କା ଦେଇଥିଲା।


