ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଭଗବନ୍ତ-ଜେଲେନ୍‌ସ୍କିଙ୍କ ଜୀବନୀ

ଚଣ୍ଡିଗଡ଼,୧୦।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍‌ବୁକ୍‌ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟ୍ରେଣ୍ଡ କରୁଛନ୍ତି। ଏଏପିର ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନଙ୍କ ତୁଳନା ଜେଲେନ୍‌ସ୍କିଙ୍କ ସହ କରାଯାଉଛି। କାରଣ ଜେଲେନ୍‌ସ୍କି ମଧ୍ୟ ଭଗଓ୍ବନ୍ତଙ୍କ ଭଳି ଜଣେ କମେଡିଆନ ଥିଲେ। ଅଭିନେତାରୁ ନେତା ହୋଇଥିବା ଭଗଓ୍ବନ୍ତ ରାଜନୀତିରେ ଆସିବା ପୂର୍ବରୁ ଜାତୀୟ ଟେଲିଭିଜନ ସମେତ ଅନେକ ପଞ୍ଜାବୀ କମେଡି ଶୋ’ରେ କାମ କରିସାରିଛନ୍ତି। ତାଙ୍କର ଏକ ଶୋ’ ଜୁଗନୁ ମସ୍ତ ମସ୍ତ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେହିପରି ଜେଲେନ୍‌ସ୍କି ମଧ୍ୟ ରାଜନୀତିରେ ଆସିବା ପୂର୍ବରୁ ଅନେକ କମେଡି ଶୋ’ କରୁଥିଲେ। ଏଥିସହ ସେ ରୋମାଣ୍ଟିକ ଫିଲ୍ମରେ ମଧ୍ୟ କରିଥିଲେ। ତେବେ ଦୁଇ ନେତାଙ୍କୁ ଏବେ ସୋସିଆଲ ମିଡିଆରେ ତୁଳନା କରାଯିବା ସହ ୟୁଜର୍ସମାନେ ଅନେକ କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି।

Share