Categories: ଜାତୀୟ

ପଞ୍ଜାବରେ ଦମ୍‌ଦାର ପ୍ରଦର୍ଶନ ପରେ ଏଏପିର ବଡ଼ ଘୋଷଣା

ନୂଆଦିଲ୍‌ଲୀ,୧୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଆମ ଆଦମୀ ପାର୍ଟି(ଏଏପି)ର ନଜର ଏବେ ପଶ୍ଚିମବଙ୍ଗରେ। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଏଏପି ଏବେଠାରୁ ସଜବାଜ ହେଲାଣି। ଇତିମଧ୍ୟରେ ୨୦୨୩ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଦଳ ଲଢ଼ିବ ବୋଲି ଏଏପି ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଏଥିପାଇଁ ଏଏପି ଏବେଠାରୁ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛି। ସୋମବାର ପଶ୍ଚିମବଙ୍ଗର ରାଜ୍ୟ ପ୍ରଭାରୀ ସଞ୍ଜୟ ବସୁ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ନେତା ଏନେଇ ଅଭିଯାନ ଆରମ୍ଭ ମଧ୍ୟ କରିଦେଇଛନ୍ତି।

Share