Categories: ଜାତୀୟ

ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ଝଟ୍‌କା: ଝାଡ଼ୁ ଛାଡ଼ି ପଦ୍ମ ଧରିଲେ ରାଜ୍ୟ ସଚିବ

ଅହମ୍ମଦାବାଦ,୧୧।୧୧: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ରହିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ସେତିକି ଆକ୍ଟିଭ ହୋଇଯାଉଛନ୍ତି। କିଏ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଛନ୍ତି ତ କିଏ ଦଳରେ ଅସନ୍ତୋଷ ପ୍ରକାଶ କରି ଅନ୍ୟ ଦଳରେ ଯୋଗଦେଉଛନ୍ତି। ବର୍ତ୍ତମାନ ଦଳୀୟ ନେତାଙ୍କ ଦଳ ବଦଳିବାର ସମୟ ଚାଲିଛି। ଇତିମଧ୍ୟରେ ଆମ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଏଏପିର ରାଜ୍ୟ ସଚିବ ତଥା ରାଜକୋଟ ମ୍ୟୁନିସିପାଲ କର୍ପୋରେସନର ଷ୍ଟାଣ୍ଡିଂ କମିଟିର ପୂର୍ବତନ ଅଧ୍ୟକ୍ଷ ରାଜଭା ଜାଲା ଶୁକ୍ରବାର ଭାଜପାରେ ଯୋଗଦେଇଛନ୍ତି। ଜାଲା ଇନ୍ଦ୍ରାନିଲ ରାଜଗୁରୁଙ୍କ ନିକଟତର ହୋଇଥିବା ବେଳେ କିଛି ଦିନ ପୂର୍ବରୁ ଇନ୍ଦ୍ରାନିଲ କଂଗ୍ରେସ ଛାଡି ଭାଜପାରେ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏଏପି ନିଜର ୧୪ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି।

Share