Categories: ଜାତୀୟ

ଦଙ୍ଗା ଉସୁକାଇବା ଘଟଣାରେ ଏଏପିର ୨ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୨।୯: ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସମ୍ପର୍କିତ ୭ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ ରୌଜ ଏଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି(ଏଏପି)ର ୨ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଏପି ବିଧାୟକ ଅଖିଳେଶ ତ୍ରିପାଠୀ, ସଞ୍ଜୀବ ଝା ଓ ଅନ୍ୟ ୧୫ଜଣ ବ୍ୟକ୍ତିଙ୍କୁ କୋର୍ଟ ସୋମବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଦଣ୍ଡ ଶୁଣାଣି ସେପ୍ଟମ୍ବର ୨୧ରେ ହେବ। ସୂଚନାଯୋଗ୍ୟ, ୨୦୧୫ ଫେବୃଆରୀ ୨୦ରେ ବୁରାଡି ପୋଲିସ ଷ୍ଟେସନରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ଉପରେ ଏକ ଅନିୟନ୍ତ୍ରିତ ଭିଡ଼ ଆକ୍ରମଣ କରିଥିଲେ। ଗିରଫ ହୋଇଥିବା ୨ଜଣ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ ସେମାନେ ପୋଲିସକୁ ଦାବି କରିଥିଲେ। ତେବେ ଏହି ଘଟଣାରେ ଉକ୍ତ ବିଧାୟକଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିଛି।

Share