Categories: ଜାତୀୟ

ପଞ୍ଚମ ଥରରେ ୧୨ ଜଣିଆ ପ୍ରାର୍ଥି ତାଲିକା ଘୋଷଣା କଲା ଏଏପି, ଏବେ ପର୍ଯ୍ୟନ୍ତ ୫୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ,୧୬ ।୧୦: ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ସତ । ହେଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ବିଗୁଲ ବାଜି ସାରିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଆମ ଆଦମୀ ପାର୍ଟି(ଏଏପି) ବି ପ୍ରଚାର ଅଭିଯାନ ଆରମ୍ଭ କରି ନିଜକୁ ସବୁଠାରୁ ଆଗରେ ରଖିବାକୁ ଉଦ୍ୟମ ଜାରି ରଖିଛି । ଏଏପି କିଛି ବିଧାନସଭା ଆସନ ଲାଗି ତା’ର ପ୍ରାର୍ଥୀଙ୍କ ନାମ ବି ଘୋଷଣା କରି ସାରିଲାଣି । ଏହି କ୍ରମରେ ରବିବାର ଆମ ଆଦମୀ ପାର୍ଟି ଏହାର ପଞ୍ଚମ ତାଲିକା ପ୍ରକାଶ କରିଛି । ଏହି ପଞ୍ଚମ ତାଲିକାରେ ୧୨ ଜଣ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି ଏଏପି ।
ସୂଚନାଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଏଏପି ଏବେ ପର୍ଯ୍ୟନ୍ତ ୫୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଲାଣି । ଏହା ପୂର୍ବରୁ ଅର୍ଥାତ୍ ଚତୁର୍ଥ ତାଲିକାରେ ବି ଆମ ଆଦମୀ ପାର୍ଟି ୧୨ ଜଣଙ୍କ ନାମ ଘୋଷଣା କରିଥିଲା ।
ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ବିଗୁଲ ବାଜିପା ପୂର୍ବରୁ ଆମ ଆଦମୀ ପାର୍ଟି ପକ୍ଷରୁ ଗୁଜରାଟରେ ଲଗାତାର ଭାବେ ରାଲି ଓ ବୈଠକ କରୁଛି ଏଏପି । ନିଜେ ମୁଖ୍ୟମନ୍ତ୍ରୀ ତଥା ଏଏପିର ସଂଯୋଜକ ଅରବିନ୍ଦ କେଜରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପ୍ରମୁଖ ପ୍ରଞ୍ଜାବ ଗସ୍ତ କରି ବୈଠକ ଓ ରାଲିରେ ଯୋଗ ଦେଇ ସାରିଲେଣି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆଗାମୀ ବିଧାନସଭା ନିର୍ବାଚନ ।

Share