Categories: ଜାତୀୟ

ମନୀଷ ସିସୋଡିଆ ଗିରଫ ପରେ ଟୁଇଟର୍‌ ଡିପି ହଟାଇଲା ଏଏପି

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଗିରଫ ହୋଇଛନ୍ତି। ସିସୋଡିଆଙ୍କୁ ଗିରଫ ପରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଟୁଇଟର୍‌ ଡିପି ହଟାଇଦିଆଯାଇଛି। ଏହାସହ ଏଏପି ଏକ ଖବରଦାତା ସମ୍ମିଳନୀ କରି ଭାଜପାକୁ ଘେରିଛି। ଏଏପି ବିଧାୟକ ସୌରଭ ଭରଦ୍ୱାଜ୍‌ କହିଛନ୍ତି, ଏସବୁ କେନ୍ଦ୍ର ସରକାରଙ୍କ ଆଦେଶରେହେଉଛି। ଏଜେନ୍ସି ଭାଜପା ମୁଖ୍ୟାଳୟରେ ଲେଖାଯାଇଥିବା ସ୍କ୍ରିପ୍ଟ ଅନୁସାରେ କାମ କରୁଛି।
ସୂଚନାଯୋଗ୍ୟ, ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଡିଆଙ୍କୁ ନୋଟିସ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ।

Share