Categories: ଖେଳ

ସତ ହେଲା ଆକାଶ ଚୋପ୍ରାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୧।୨: ଅଷ୍ଟ୍ରେଲିଆ ବିପକ୍ଷ ନାଗପୁର ଟେଷ୍ଟକୁ ୧୩୨ରନ୍‌ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ମାତ୍ର ୩ ଦିନରେ ସମାପ୍ତ ହୋଇଛି ପ୍ରଥମ ଟେଷ୍ଟ। ତେବେ ମ୍ୟାଚ୍‌କୁ ନେଇ ପୂର୍ବରୁ ଆକାଶ ଚୋପ୍ରା ଏକ ଟୁଇଟ୍‌ କରି ଭବିଷ୍ୟବାଣୀ କରିଥିଲେ, ଯାହାକି ସତ ପ୍ରମାଣିତ ହୋଇଛି। ଏଣୁ ମ୍ୟାଚ୍‌ ଶେଷ ହେବା ପରେ ସେ ଉକ୍ତ ଟୁଇଟ୍‌କୁ ଆଉ ଥରେ ଶେୟାର କରି ନିଜର ପ୍ରଶଂସା କରିଛନ୍ତି।

ନାଗପୁର ମଇଦାନ ସ୍ପିନ ବୋଲିଂ ପାଇଁ ଭଲ। ଫେବୃୟାରୀ ୯ରେ ଆକାଶ ଟେଷ୍ଟ ମ୍ୟାଚ୍‌ ମାତ୍ର ୩ ଦିନରେ ଶେଷ ହୋଇଯିବ। ଯଦି ମ୍ୟାଚ୍‌ ଚତୁର୍ଥ ଦିନକୁ ଚାଲିଯାଏ ତେବେ ଏହାକୁ ବୋନସ୍‌ ଭାବେ ଦେଖାଯିବ ବୋଲି କହିଥିଲେ। ଶେଷରେ ତାହା ହିଁ ହୋଇଛି।

କହିରଖୁଛୁ, ମ୍ୟାଚ୍‌ର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଖେଳାଳିମାନେ ସ୍ପିନ୍‌ ବୋଲିଂକୁ ସାମ୍ନା କରିପାରି ନ ଥିଲେ। ଫଳରେ ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନ୍‌ରେ ପୁରା ଟିମ୍‌ ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସରେ ଦଳ ୧୭୭ ରନ୍‌ କରିଥିବା ଯୋଗୁ ଅତି ସହରେ ଭାରତ ମ୍ୟାଚ୍‌ ଜିତି ନେଇଛି।

Share