ଆଧାର ପଞ୍ଜୀକରଣରେ ବାଧକ ସାଜିଛି ନେଟ୍‌ୱର୍କ

କୋଟଗଡ,୨ା୯(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ୧୫ ପଞ୍ଚାୟତ ରହିଛି। ଏହା ବ୍ଲକ ମୁଖ୍ୟାଳୟ ଠାରୁ ୪୦ରୁ ୫୦ କି.ମି.ଦୂରରେ ଅବସ୍ଥିତ। ଏଠାରେ ନେଟୱର୍କ ଠିକ୍‌ ନ ରହିବାରୁ ଆଧାର ପଞ୍ଜୀକରଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହାତଗଣିତି ଚାରି ପାଞ୍ଚ ପଞ୍ଚାୟତରେ ଛାଡି ଦେଲେ ଅନ୍ୟ ପଞ୍ଚାୟତଗୁଡିକରେ ଏହା ନ ଥିବାରୁ ଅନ୍‌ଲାଇନ କାମରେ ବାଧା ଉପୁଜୁଛି। ସମସ୍ତ ସରକାରୀ ଯୋଜନାରେ ଆଧାର ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏଠାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନା ଅନୁସାରେ କୋଟଗଡ ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ପି. ହରଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ଚାଲିଛି ଜନ୍ମରୁ ୫ ବର୍ଷ ବୟସର ଶିଶୁଙ୍କ ଆଧାର ପଞ୍ଜୀକରଣ। ଏଣୁ କୋଟଗଡରେ କିଛି ଦିନ ହେଲା ଏହି ପଞ୍ଜୀକରଣ ପାଇଁ କୋଟଗଡ ଓ ଦୁର୍ଗାପଙ୍ଗା ପୋଷ୍ଟ ଅଫିସରେ ବେଳେ ବେଳେ ବ୍ଲକରେ ମା ଓ ଶିଶୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ସିଡିପିଓଙ୍କ କହିବା ଅନୁଯାୟୀ ଜନ୍ମରୁ ୫ବର୍ଷ ଶିଶୁଙ୍କ ଆଧାର ପଞ୍ଜୀକରଣ ପାଇଁ ପ୍ରତ୍ୟେକ ସେଣ୍ଟର ଅଙ୍ଗନଓ୍ବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କୋଟଗଡରେ ନେଟୱର୍କ ସମସ୍ୟା ଯୋଗୁ ଆଧାର ପଞ୍ଜୀକରଣ ହୋଇ ପାରୁନି। ଯେଉଁଥିପାଇଁ ମା’ ଓ ଶିଶୁ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ଦିନ ଦିନ ଧରି ବ୍ଲକ କାର୍ଯ୍ୟାଳୟ, ପୋଷ୍ଟ ଅଫିସରେ ଠିଆ ହୋଇ ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି। କୋଟଗଡ଼ରେ ବହୁଦିନ ହେଲା ୪ଜି ନେଟ୍‌ୱର୍କ ସମସ୍ୟା ଲାଗି ରହିଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ପୋଷ୍ଟ ଅଫିସ କର୍ମଚାରୀ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ ନେଟ୍‌ୱର୍କ ସମସ୍ୟା ଯୋଗୁ ଆମେ ଲୋକଙ୍କୁ ସେବା ଯୋଗାଇ ପାରୁନୁ। କୋଟଗଡ଼ରେ ଏହି ସମସ୍ୟା ବହୁଦିନ ହେଲା ଲାଗି ରହିଛି। ଏଥିଯୋଗୁ ଦିନକୁ ୮/୧୦ ଜଣଙ୍କର ହିଁ ବଡ଼ କଷ୍ଟରେ ନଁା ପଞ୍ଜୀକରଣ ହୋଇ ପାରୁଛି। ଅଳ୍ପ ସଂଖ୍ୟକ ଆଧାର ଥିବା ପିଲାଙ୍କ ଲିଙ୍କ୍‌ ହୋଇପାରୁଛି। ସିଡିପିଓ ପି. ହରଲକ୍ଷ୍ମୀଙ୍କ କହିବା ଅନୁସାରେ, ଶତ ପ୍ରତିଶତ ସଂଯୋଗ ନେଟ୍‌ୱର୍କ ସମସ୍ୟା ପାଇଁ ହୋଇ ପାରିବନି। ଯଦି ଏହି ସମସ୍ୟା ଲାଗି ରହେ ତେବେ ବହୁ ଶିଶୁ ସରକାରୀ ଯୋଜନାରୁ ବଞ୍ଚିତ ହେବେ।ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସମାଧାନ ଲାଗି ପଦକ୍ଷେପ ନେଲେ ଶିଶୁମାନେ ଉପକୃତ ହେବେ ବୋଲି କୋଟଗଡ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri