Posted inଜାତୀୟ

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହ ସଂଯୋଗ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ତେବେ ଏହାକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଶିବସେନା, ବିଏସ୍‌ପି, ବିଜେଡି ପ୍ରମୁଖ ଦଳ ବିଲ୍‌କୁ ବିରୋଧ କରିଥିଲେ। ଏହା ଅଣନାଗରିକଙ୍କୁ ଭୋଟ ଅଧିକାର ପ୍ରଦାନ କରିପାରେ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଥିଲେ। କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ନିର୍ବାଚନ ଆଇନ(ସଂଶୋଧନ) ବିଲ୍‌, ୨୦୨୧ ଲୋକ ସଭାରେ ଉପସ୍ଥାପନ କରିଥିଲେ। ଭୋଟର ପରିଚୟପତ୍ରରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ ନୁହେଁ, ସ୍ବେଚ୍ଛାକୃତ ବୋଲି ରିଜିଜୁ ସ୍ପଷ୍ଟ କରିଥିଲେ। ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର ଲାଗି ଏହା ଅତି ଗୁରୁତ୍ୱପୂର୍ଣ୍ଣ ବିଲ୍‌। ପ୍ରଚଳିତ ବ୍ୟବସ୍ଥାରେ ପ୍ରତିବର୍ଷ ଜାନୁୟାରୀ ୨ରେ ପ୍ରକାଶିତ ଭୋଟର ତାଲିକାରେ ଜଣଙ୍କର ନଁା ନ ଥିଲେ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ଏଣିକି ଭୋଟର ତାଲିକାରେ ନାମ ପଞ୍ଜୀକରଣ ଲାଗି ବର୍ଷକୁ ୪ଥର ସୁଯୋଗ ମିଳିବ। ଭୋଟର ଆଇଡି ସହ ଆଧାର ସଂଯୋଗ ହେଲେ ପରିଚୟ ଖୋଜିବା ସହଜ ହେବ ଏବଂ ସମାନ ନାମରେ ଏକାଧିକ ସ୍ଥାନରେ ଥିବା ଜାଲ୍‌ ଭୋଟରଙ୍କୁ ଚିହ୍ନଟ କରାଯାଇପାରିବ। ଏହି ବିଲ୍‌ରେ ଜନପ୍ରତିନିଧି ଆଇନ, ୧୯୫୧ରେ ରହିଥିବା ‘ସ୍ତ୍ରୀ’ ଶବ୍ଦକୁ ବଦଳାଯାଇ ‘ଜୀବନସାଥୀ’ ରଖାଯାଇଛି। ଭୋଟ ପରିଚାଳନା ଲାଗି ନିର୍ବାଚନ କର୍ତ୍ତୃପକ୍ଷ ଅଧିକ ସରକାରୀ କାର୍ଯ୍ୟାଳୟ ପରିସରକୁ ବ୍ୟବହାର କରିବାର କ୍ଷମତା ମିଳିବ। ସଂକ୍ଷିପ୍ତ ଆଲୋଚନା ପରେ ଧ୍ୱନିମତରେ ବିଲ୍‌ ଗୃହୀତ ହୋଇଛି।
ବିଲ୍‌କୁ ସଂସଦୀୟ କମିଟିକୁ ପଠାଇବା ଲାଗି କେତେଜଣ ବିରୋଧୀ ଦଳ ସଦସ୍ୟ ଦାବି କରିଥିଲେ। ଆଇନ ଓ କାର୍ମିକ ଷ୍ଟାଣ୍ଡିଂ କମିଟି ବିଲ୍‌ର ବିଭିନ୍ନ ପ୍ରସ୍ତାବ ପାଇଁ ପ୍ରସ୍ତାବ ଦେବା ସହ ସୁପାରିସ କରିଥିବା ମନ୍ତ୍ରୀ କହିଥିଲେ। ନିର୍ବାଚନ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ଉକ୍ତ ବିଲ୍‌ର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ। କଂଗ୍ରେସ ଏମ୍‌ପି ଶଶୀ ଥରୁର କହିଥିଲେ, ଆଧାର ଏକ ବାସିନ୍ଦା ପ୍ରମାଣପତ୍ର, ନାଗରିକତ୍ୱର ପ୍ରମାଣ ନୁହେଁ। ଏଭଳି ବିଲ୍‌ ସମ୍ଭବତଃ ଅଣନାଗରିକଙ୍କୁ ଭୋଟ ଅଧିକାର ପ୍ରଦାନ କରିବ ବୋଲି କଂଗ୍ରେସ ଏମ୍‌ପି କହିଥିଲେ। ସରକାର ଏଭଳି ବିଲ୍‌ ଆଣି ନିର୍ବାଚନ କମିଶନଙ୍କ ସ୍ବାଧୀନତାକୁ ସଂକୁଚିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି କହିଥିଲେ। ଉକ୍ତ ବିଲ୍‌ ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରୁଛି। ବିଧେୟକ ପ୍ରସ୍ତୁତ କରିବାର ଦକ୍ଷତା, ଜ୍ଞାନ, ସାମର୍ଥ୍ୟ ଓ ଯୋଗ୍ୟତା ସରକାରଙ୍କ ନାହିଁ। ଭୋଟର ପରିଚୟପତ୍ର ସହ ଆଧାର ସଂଯୋଗ ହେଲେ ଏହା ନାଗରିକଙ୍କ ଗୋପନୀୟତା ମୌଳିକ ଅଧିକାରର ଉଲ୍ଲଂଘନ କରିବ ବୋଲି ଓଓ୍ବାଇସି ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri