Categories: ବାଣିଜ୍ୟ

ଏପରି ବଦଳାନ୍ତୁ ଆଧାରରେ ଥିବା ନିଜ ଭୁଲ୍‌ ଜନ୍ମତାରିଖ

ଆଜିକାଲି ଆଧାରକାର୍ଡ ଆମ ଜୀବନର ଏକ ପ୍ରମୁଖ କାଗଜପତ୍ର ପାଲଟିଲାଣି। ଆଧାର ବିନା ସରକାରୀ ଯୋଜନାର ଲାଭ ଉଠାଇବା ମୁସ୍କିଲ। କାରଣ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଲାଗି ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲରେ ପିଲାଙ୍କ ଦାଖଲଠାରୁ ଆରମ୍ଭ କରି ସମସ୍ତ ବିତ୍ତିୟ ନେଣଦେଣ ଆଧାର ବିନା ଅସମ୍ଭବ। ଏଣୁ ଏଥିରେ ନିଜର ବ୍ୟକ୍ତିଗତ ପରିଚୟକୁ ଅପ୍‌ଡେଟ୍‌ କରି ରଖିବା ଆବଶ୍ୟକ।

ବେଳେବେଳେ ଆଧାରକାର୍ଡରେ ଜନ୍ମ ତାରିଖ ଭୁଲ ଆସିଥାଏ। ଏହାଫଳରେ ଅନେକ ଅସୁବିଧା ହୋଇଥାଏ। ଏଣୁ ଏହାକୁ ବଦଳାଇବାକୁ କିଛି ଅନ୍ୟ କାଗଜପତ୍ରର ଆବଶ୍ୟକତା ପଡ଼ିଥାଏ। ଜାଣନ୍ତୁ..

ଆଧାରକାର୍ଡ ଜାରି କରୁଥିବା ସଂସ୍ଥା ୟୁନିକ୍‌ ଆଇଡେଣ୍ଟିଫିକେଶନ୍‌ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ)ର ଆବଶ୍ୟକତା ଅନୁଯାୟୀ ଜଣଙ୍କୁ ପ୍ରମାଣ ସ୍ବରୂପ କିଛି କାଗଜପତ୍ର ଦେବାକୁ ପଡ଼ିଥାଏ।

ନାମାଙ୍କନ କେନ୍ଦ୍ରକୁ ଯିବା ପରେ ଜନ୍ମ ପ୍ରମାଣ ପତ୍ର, ଏସ୍‌ଏସ୍‌ଏଲ୍‌ସି ସାର୍ଟିଫିକେଟ, ପାର୍ସପୋର୍ଟ, ଫଟୋ ଆଇ କାର୍ଡ, ପ୍ୟାନ୍‌ କାର୍ଡ, ବିଶ୍ୱବିଦ୍ୟାଳୟ ମାର୍କସିଟ୍‌, ପିଏସ୍‌ୟୁରୁ ମିଳିଥିବା ସରକାରୀ ଫଟୋ ଆଇଡି କାର୍ଡକୁ ଦେଖାଇ ପାରିବେ। ପରେ କିଛି ପ୍ରକ୍ରିୟା କରିବାକୁ ପଡ଼ିବ। ସେଠାରେ ଥିବା ଆଧାର ସେବା କେନ୍ଦ୍ରରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ଆପଣଙ୍କୁ ଖୁବ୍‌ କମ୍‌ ଦିନରେ ନୂଆ ଆଧାରକାର୍ଡ ମିଳିଯିବ।

Share