Posted inଜାତୀୟ

ଜନ୍ମପ୍ରମାଣ ପତ୍ର ସହିତ ଆଧାର କାର୍ଡ ପଞ୍ଜିକରଣ ଖୁବ୍‌ ଶୀଘ୍ର ସମସ୍ତ ରାଜ୍ୟରେ ହେବ ଆରମ୍ଭ…

ନୂଆଦିଲ୍ଲୀ,୧୫।୧୦ : ନବଜାତ ଶିଶୁମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ସହିତ ଆଧାର ପଞ୍ଜିକରଣ କରାଯିବା ସୁବିଧା ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଦେଶର ୧୬ ଟି ରାଜ୍ୟରେ ନବଜାତ ଶିଶୁମାନଙ୍କର ଆଧାର ପଞ୍ଜିକରଣ ସୁବିଧା ଉପଲବ୍ଧ ହେଉଛି। ଏହି ପ୍ରକ୍ରିୟା ଏକ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ଧୀରେ ଧୀରେ ଅନେକ ରାଜ୍ୟ ଏଥିରେ ଜଡିତ ହୋଇଛନ୍ତି। ଅନ୍ୟ ରାଜ୍ୟ ଗୁଡ଼ିକ ମଧ୍ୟ ଏହି ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ଆସନ୍ତା କିଛି ମାସ ମଧ୍ୟରେ ସମସ୍ତ ରାଜ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୂଆଇଡିଏଆଇ) ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ପାଞ୍ଚ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ବାୟୋମେଟ୍ରିକ ସୂଚନା ସଂଗ୍ରହ କରାଯାଏ ନାହିଁ। ସେମାନଙ୍କର ୟୁଆଇଡି ସୂଚନା ଏବଂ ସେମାନଙ୍କ ପିତାମାତାଙ୍କ ୟୁଆଇଡି ସହିତ ସଂଯୁକ୍ତ ମୁଖ ଚିତ୍ର ଆଧାରରେ ପ୍ରକ୍ରିୟାକରଣ କରାଯାଇଥାଏ। ତେଣୁ ପିଲା ୫ ଏବଂ ୧୫ ବର୍ଷ ବୟସ ହେବା ପରେ ବାୟୋମେଟ୍ରିକ ଅପଡେଟର ଆବଶ୍ୟକତା ରହିଛି।

ବର୍ତ୍ତମାନ, ୧୦୦୦ରୁ ଅଧିକ ରାଜ୍ୟ ଏବଂ କେନ୍ଦ୍ର ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ଚିହ୍ନଟ ଏବଂ ପ୍ରାମାଣିକରଣ, ଲାଭ ସ୍ଥାନାନ୍ତର ଏବଂ ଡି-ନକଲକୁ ସୁନିଶ୍ଚିତ କରିବା ପାଇଁ ଆଧାର ବ୍ୟବହାର କରୁଛନ୍ତି। ଏଥିମଧ୍ୟରୁ ପ୍ରାୟ ୬୫୦ଟି ଯୋଜନା ରାଜ୍ୟ ସରକାରଙ୍କର ଥିବାବେଳେ ୩୧୫ ଟି କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ।ଦ୍‌ ଆଧାର ଇକୋସିଷ୍ଟମ ଏବଂ ଏହାର ବାୟୋମେଟ୍ରିକ ପ୍ରାମାଣିକିକରଣ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ୧୩୪ କୋଟି ଆଧାର ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri