ଇପିଏଫଓର ବଡ଼ ଘୋଷଣା: Aadhaar Card ହେବନି ଜନ୍ମର ପ୍ରମାଣ ପତ୍ର …

ନୂଆଦିଲ୍ଲୀ,୧୮।୧ : ଆଧାର କାର୍ଡକୁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଏ । ଭାରତରେ, ଏହା ମୁଖ୍ୟତଃ ଅନେକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଇପିଏଫଓର ଜନ୍ମ ଅପଡେଟ ପ୍ରକ୍ରିୟାରେ ଆଧାର କାର୍ଡକୁ ଏକ ଉପଯୁକ୍ତ ପ୍ରମାଣପତ୍ର ଭାବେ ବିଚାର କରାଯିବ ନାହିଁ । ଇପିଏଫଓ ଦ୍ୱାରା ଏନେଇ ଏକ ବଡ ଘୋଷଣା କରାଯାଇଛି। ଜନ୍ମ ପ୍ରମାଣ ପତ୍ର ଏବଂ ଜନ୍ମ ତାରିଖ ପାଇଁ ଆଧାର କାର୍ଡକୁ ଗ୍ରହଣ କରାଯିବ ନାହିଁ ।

ଏକ ରିପୋର୍ଟ ଅନୁଯାୟୀ, କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଦ୍ୱାରା ଲୋକଙ୍କ ପାଇଁ ଏକ ଗାଇଡଲାଇନ ଜାରି କରାଯାଇଛି। ଏହା ଅନ୍ତର୍ଗତ ଆଧାର କାର୍ଡକୁ ଆଉ ଜନ୍ମ ପ୍ରମାଣ ପତ୍ର ଭାବରେ ଗ୍ରହଣ କରାଯିବ ନାହିଁ।

ପ୍ରକୃତରେ, ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଏକ ଚିଠିରେ କହିଛି ଜନ୍ମ ତାରିଖର ପ୍ରମାଣ ପାଇଁ ଆଧାର କାର୍ଡ ଗ୍ରହଣ କରାଯିବ ନାହିଁ। ଯଦି କେହି ଆଧାର ପ୍ରମାଣପତ୍ରର ତାରିଖ ଭାବରେ ଆଧାର ବ୍ୟବହାର କରନ୍ତି ତେବେ ତାଙ୍କର ଡକ୍ୟୁମେଣ୍ଟ ଗ୍ରହଣ କରାଯିବ ନାହିଁ । ଏହା ପରେ, ଇପିଏଫଓ ଏକ ସର୍କୁଲାର୍‌ ଜାରି କରି ଜନ୍ମ ପ୍ରମାଣ ପତ୍ରରୁ ଆଧାର କାର୍ଡକୁ ହଟାଇଛି।

ଜନ୍ମ ପ୍ରମାଣ ପତ୍ର ପାଇଁ ବ୍ୟବହାର କରାଯିବାକୁ ଥିବା ଡକ୍ୟୁମେଣ୍ଟଗୁଡିକ ମଧ୍ୟରେ ପାସପୋର୍ଟ, ପାନ କାର୍ଡ, ଏସଏସସି ସାର୍ଟିଫିକେଟ, ଜନ୍ମ ପ୍ରମାଣପତ୍ର, ମାର୍କସିଟ, ସ୍କୁଲ ଲିଭିଂ ପ୍ରମାଣପତ୍ର, ସ୍ଥାନାନ୍ତର ପ୍ରମାଣପତ୍ର,
ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆବାସିକ ପ୍ରମାଣପତ୍ର, କେନ୍ଦ୍ର / ରାଜ୍ୟ ସରକାରୀ ସଂଗଠନର ସେବା ରେକର୍ଡ ଉପରେ ଆଧାରିତ ସାର୍ଟିଫିକେଟ, ଏହି ସମସ୍ତ ଦଲିଲ ଗୁଡିକୁ ଜନ୍ମ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯିବ। ଇପିଏଫଓ ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି।

ଆଧାର କାର୍ଡ ଜନ୍ମ ତାରିଖ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯାଇପାରିବ ନାହିଁ, କିନ୍ତୁ ଏହି ଡକ୍ୟୁମେଣ୍ଟକୁ ପ୍ରୁଫ ଅଫ ଆଇଡେଣ୍ଟିଟି ଏବଂ ପ୍ରୁଫ ଅଫ ଆଡ୍ରେସ ଭାବରେ ବ୍ୟବହାର କରହେବ। ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡକୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଏହାକୁ ଏକ ଠିକଣା ପ୍ରୁଫ ଏବଂ ଆଇଡି ପ୍ରୁଫ ଭାବରେ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri