କାରାଗାରରେ କଏଦୀଙ୍କ ପାଇଁ ଆଧାର କ୍ୟାମ୍ପ୍‌

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଭୁବନେଶ୍ୱର ଡାକମଣ୍ଡଳ ପକ୍ଷରୁ ଦୁଇଦିନ ଧରି ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଆଧାର ପଞ୍ଜୀକରଣ ଓ ସଂଶୋଧନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଅଧିକାଂଶ କଏଦୀଙ୍କ ଆଧାର ନମ୍ବର ନ ଥିବାରୁ ବା ଆଧାର ତଥ୍ୟ ଭୁଲ୍‌ ଥିବାରୁ ସେମାନେ କାରାଗାର ପରିସରରେ ସରକାରୀ ସୁବିଧା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବ୍ୟାଙ୍କ କିମ୍ବା ଡାକ ଘରେ ଖାତା ଖୋଲିବା ପାଇଁ ଆଧାର ନମ୍ବରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ବତନ୍ତ୍ର କାରାଗାର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ ଭୁବନେଶ୍ୱର ଡାକମଣ୍ଡଳ ସହ ଯୋଗାଯୋଗ କରିଥିଲେ। ଡାକମଣ୍ଡଳର ବରିଷ୍ଠ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଏହାକୁ ଗୁରୁତର ସହ ନେଇ ସହ ଅଧୀକ୍ଷକ ମୋନାଲିସା ଦାସଙ୍କୁ ଏହି ସ୍ବତନ୍ତ୍ର କାର୍ଯ୍ୟ ନିମନ୍ତେ ଦାୟିତ୍ୱ ଦେଇଥିଲେ। ଡାକମଣ୍ଡଳର ଦୀପକ କୁମାର ରଥ, ଶରତ କୁମାର ପରିଡ଼ା, ଅନନ୍ତ ନାରାୟଣ ସ୍ବାଇଁ, ଋତିକ ଲେଙ୍କାଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଉକ୍ତ ଟିମ କାରାଗାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ କ୍ୟାମ୍ପ ଆୟୋଜନ କରିଥିଲେ। କାରାଗାର ଜେଲର ସନ୍ତୋଷିନୀ ଦାଶ ଓ ଶିକ୍ଷକ ଭାସ୍କର ବେହେରାଙ୍କ ତତ୍ତ୍ୱାବଧାନରେ ୨୫ଜଣ କଏଦୀଙ୍କ ଆଧାର ପଞ୍ଜୀକରଣ ଓ ସଂଶୋଧନ କରାଯାଇଥିଲା। ଆବଶ୍ୟକ କାଗଜପତ୍ର ଅଭାବରୁ ଆଉ କେତେଜଣ କଏଦୀଙ୍କ ଆଧାର ପଞ୍ଜୀକରଣ କରାଯାଇପାରିନାହିଁ। ଏପରି କୌଣସି ଅନୁଷ୍ଠାନରେ ୫୦ରୁ ଅଧିକ ବ୍ୟକ୍ତିଙ୍କର ଆଧାର ପଞ୍ଜୀକରଣ ଓ ସଂଶୋଧନର ଆବଶ୍ୟକତା ଥିଲେ ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ବରିଷ୍ଠ ଅଧୀକ୍ଷକ ପଣ୍ଡା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରର ବଡ଼ ବଡ଼ ଡାକଘରେ ଜନସାଧାରଣଙ୍କ ପାଇଁ ଆଧାର ପଞ୍ଜୀକରଣ ଓ ସଂଶୋଧନ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri