Posted inଜାତୀୟ

ଭାରତୀୟ ଜଳବାୟୁରେ ଆଧାର ବାୟୋମେଟ୍ରିକ ନିର୍ଭରଯୋଗ୍ୟ ନୁହେଁ

ନୂଆଦିଲ୍ଲୀ,୨୬ା୯:ଆଧାର କାର୍ଯ୍ୟକ୍ରମ ଗୋପନୀୟତା ଏବଂ ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବାବେଳେ ଏହାର ବାୟୋମେଟ୍ରିକ୍‌ ପ୍ରଯୁକ୍ତି ଭାରତର ଉତ୍ତପ୍ତ ଏବଂ ଆର୍ଦ୍ର ଜଳବାୟୁରେ ନିର୍ଭରଯୋଗ୍ୟ ନୁହେଁ ବୋଲି ରେଟିଂ ସଂସ୍ଥା ମୁଡିସ୍‌ ଇନ୍‌ଭେଷ୍ଟର୍ସ ସର୍ଭିସ ଏକ ରିପୋର୍ଟରେ କହିଛି। ସମାଜର ଅବହେଳିତ ବର୍ଗଙ୍କୁ ଏକତ୍ର କରି କଲ୍ୟାଣକାରୀ ଯୋଜନାଗୁଡ଼ିକର ସୁବିଧା ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧାର ପରିଚୟପତ୍ର ପ୍ରଚଳନ କରିଥିଲା। ତେବେ ଏହି ବ୍ୟବସ୍ଥା ବେଳେବେଳେ କେତେକଙ୍କୁ ସେବାରୁ ବଞ୍ଚତ୍ତ କରୁଥିବାବେଳେ ଉତ୍ତପ୍ତ ଏବଂ ଆଦର୍‌ର ଜଳବାୟୁରେ ମୁଖ୍ୟତଃ ଶ୍ରମିକ ଶ୍ରେଣୀଙ୍କ କ୍ଷେତ୍ରରେ ବାୟୋମେଟ୍ରିକ୍‌ ଟେକ୍‌ନୋଲୋଜିର ନିର୍ଭରଯୋଗ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମୁଡିସ୍‌ର ‘ଡିସେଣ୍ଟ୍ରାଲାଇଜ୍‌ଡ ଫାଇନାନ୍ସ ଆଣ୍ଡ ଡିଜିଟାଲ ଆସେଟ୍ସ’ ରିପୋର୍ଟରେ ଏହା କୁହାଯାଇଛି।
ଆଧାର ବିଶ୍ୱର ସର୍ବବୃହତ୍‌ ଡିଜିଟାଲ ପରିଚୟ କାର୍ଯ୍ୟକ୍ରମ ଭାବେ ରିପୋର୍ଟରେ ସ୍ବୀକାର କରାଯାଇଛି। ତେବେ ଅଧିକାର ସାବ୍ୟସ୍ତ କରିବାରେ ଏହା ପ୍ରତିବନ୍ଧକର ସମ୍ମୁଖୀନ ହେବା ସହ ବାୟୋମେଟ୍ରିକ୍‌ ନିର୍ଭରଯୋଗ୍ୟତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ରୀକୃତ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହକୁ ନେଇ ଆଶଙ୍କା ଦେଖାଦେବା ସହ ବ୍ୟବହାରକାରୀମାନଙ୍କର କ୍ୱଚିତ୍‌ ନିୟନ୍ତ୍ରଣ ରହୁଛି। ସେଣ୍ଟ୍ରାଲାଇଜ୍‌ଡ ସିଷ୍ଟମ୍‌ରେ ବ୍ୟାଙ୍କ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ କିମ୍ବା ସରକାରଙ୍କ ଭୋଟର ତାଲିକା ଭଳି ଏକକ ସଂସ୍ଥା ଜଣେ ବ୍ୟବହାରକାରୀଙ୍କ ପରିଚୟ ଗୋପନୀୟତାକୁ ନିୟନ୍ତ୍ରଣ ଓ ପରିଚାଳନା କରିବା ସହ ଅନ୍‌ଲାଇନ୍‌ ଉତ୍ସଗୁଡ଼ିକୁ ଏହା ଉପଲବ୍ଧ କରାଇଥାଏ। ଏହି ସଂସ୍ଥା ଜଣେ ବ୍ୟକ୍ତିଙ୍କ ନାମ, ଠିକଣା, ସାମାଜିକ ସୁରକ୍ଷା ନମ୍ବର ଆଭ୍ୟନ୍ତରୀଣ କିମ୍ବା ତୃତୀୟ ପକ୍ଷ ପ୍ରୋଫାଇଲିଂ ଉଦ୍ଦେଶ୍ୟରେ ଦେଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମର ଲାଭ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଆଧାରକୁ ନିର୍ଭରଯୋଗ୍ୟ ଭାବେ ଗ୍ରହଣ କରିଥିବାବେଳେ ମୁଡିସ୍‌ ରିପୋର୍ଟ ପରେ ଏହା ଉପରେ ଚିନ୍ତା କରିବା ଆବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri