ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ

ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ ନାୟକ। ଏହି ଘଟଣାରେ ପୋଲିସ କେସ୍‌ ନଂ ୩୩୩/୨୩ ପ୍ରକାରେ ୭ ଜଣଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁଚରଣ ନାୟକ ପୋଲିସ ଆଖିରେ ଧୂଳି ଦେଇ ଗୁଜରାଟର ସୁରଟ ଥାନା ଅଞ୍ଚଳର ମସକାନାଠାରେ ଆତ୍ମଗୋପନ କରିଥିଲେ। ଏହାକୁ ନେଇ ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ରଙ୍କ ସମେତ ୩ ଜଣିଆ ଏକ ସ୍ବତନ୍ତ୍ର ଟିମ୍‌ ସୁରଟ ଯାଇ ବିଷ୍ଣୁଙ୍କୁ ଗିରଫ କରି ଶନିବାର ପୁରୁଷୋତ୍ତମପୁର ଥାନାକୁ ଆଣିଥିଲେ। ଗତ ମାସ ୧୮ତାରିଖରେ ଚୋର ସନ୍ଦେହରେ ପୁରୀ ଜିଲା ଗଡିଶଗଦା ଥାନା ଅନ୍ତର୍ଗତ ବାଦୂରାଗଡ଼ ଗ୍ରାମର ବାହୁଡା ସାହୁ (୪୦)ଙ୍କୁ ଅତି ଅମାନୁଷିକ ଭାବେ ନିର୍ଯାତନା ଦେଇ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ମାରି ବାହୁଡାଙ୍କୁ ହତ୍ୟା କରିଥିଲେ।
ସୂଚନାଯୋଗ୍ୟ, ଗତ ମାସ ୧୭ତାରିଖ ରାତିରେ ଚିଙ୍ଗୁଡିଘାଇ ଗ୍ରାମର କିଶୋର ନାୟକଙ୍କ ଘରବାରିପଟେ ଶବ୍ଦ ହୋଇଥିଲା। ଏହାଶୁଣି ଘରମାଲିକ ଉଠିଯାଇ ଦେଖିବା ବେଳେ ଜଣେ ଅପରିଚିତଙ୍କୁ ଦେଖିବାକୁ ପାଇଥିଲେ। ଚୋର ବୋଲି ଭାବି ପାଟିକରି ବାହାରକୁ ଯିବାବେଳେ ସେ ଘରମାଲିକ ଉପରକୁ ଇଟା ଖଣ୍ଡ ଓ ପାଖରେ ଥିବା ଏକ ଟିଣ ଫୋପାଡ଼ି ଥିଲେ ବାହୁଡା। ଏଥିରେ ଘରମାଲିକ କିଶୋର ନାୟକ ଆହାତ ହୋଇ ଚିତ୍କାର କରିଥିଲେ । ଏହା ଶୁଣି ଗ୍ରାମର କିଛି ଲୋକ ଉଠି ଆସିଥିବା ବେଳେ ସେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଲୋକେ ଗୋଡାଇ ଗୋଡ଼ାଇ କାବୁ କରି ଆଣି ଗ୍ରାମ ନିକଟସ୍ଥ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡମାରି ଥିଲେ। ଏହି ମାଡ଼ରେ ବାହୁଡାଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri