ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ

ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ ଚରଣ ନାୟକ। ଏହି ଘଟଣାରେ ପୋଲିସ କେସ୍‌ ନଂ ୩୩୩/୨୩ ପ୍ରକାରେ ୭ ଜଣଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିଷ୍ଣୁଚରଣ ନାୟକ ପୋଲିସ ଆଖିରେ ଧୂଳି ଦେଇ ଗୁଜରାଟର ସୁରଟ ଥାନା ଅଞ୍ଚଳର ମସକାନାଠାରେ ଆତ୍ମଗୋପନ କରିଥିଲେ। ଏହାକୁ ନେଇ ଏସ୍‌ଡିପିଓ ରଜନୀକାନ୍ତ ସାମଲଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ରଙ୍କ ସମେତ ୩ ଜଣିଆ ଏକ ସ୍ବତନ୍ତ୍ର ଟିମ୍‌ ସୁରଟ ଯାଇ ବିଷ୍ଣୁଙ୍କୁ ଗିରଫ କରି ଶନିବାର ପୁରୁଷୋତ୍ତମପୁର ଥାନାକୁ ଆଣିଥିଲେ। ଗତ ମାସ ୧୮ତାରିଖରେ ଚୋର ସନ୍ଦେହରେ ପୁରୀ ଜିଲା ଗଡିଶଗଦା ଥାନା ଅନ୍ତର୍ଗତ ବାଦୂରାଗଡ଼ ଗ୍ରାମର ବାହୁଡା ସାହୁ (୪୦)ଙ୍କୁ ଅତି ଅମାନୁଷିକ ଭାବେ ନିର୍ଯାତନା ଦେଇ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ମାରି ବାହୁଡାଙ୍କୁ ହତ୍ୟା କରିଥିଲେ।
ସୂଚନାଯୋଗ୍ୟ, ଗତ ମାସ ୧୭ତାରିଖ ରାତିରେ ଚିଙ୍ଗୁଡିଘାଇ ଗ୍ରାମର କିଶୋର ନାୟକଙ୍କ ଘରବାରିପଟେ ଶବ୍ଦ ହୋଇଥିଲା। ଏହାଶୁଣି ଘରମାଲିକ ଉଠିଯାଇ ଦେଖିବା ବେଳେ ଜଣେ ଅପରିଚିତଙ୍କୁ ଦେଖିବାକୁ ପାଇଥିଲେ। ଚୋର ବୋଲି ଭାବି ପାଟିକରି ବାହାରକୁ ଯିବାବେଳେ ସେ ଘରମାଲିକ ଉପରକୁ ଇଟା ଖଣ୍ଡ ଓ ପାଖରେ ଥିବା ଏକ ଟିଣ ଫୋପାଡ଼ି ଥିଲେ ବାହୁଡା। ଏଥିରେ ଘରମାଲିକ କିଶୋର ନାୟକ ଆହାତ ହୋଇ ଚିତ୍କାର କରିଥିଲେ । ଏହା ଶୁଣି ଗ୍ରାମର କିଛି ଲୋକ ଉଠି ଆସିଥିବା ବେଳେ ସେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଲୋକେ ଗୋଡାଇ ଗୋଡ଼ାଇ କାବୁ କରି ଆଣି ଗ୍ରାମ ନିକଟସ୍ଥ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ମାଡମାରି ଥିଲେ। ଏହି ମାଡ଼ରେ ବାହୁଡାଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri