Categories: ଫୁରସତ

ମେଳାରେ ଦୋଳିର ମଜା ନେଉଥିଲେ ଯୁବତୀ, ଘଟିଥିଲା ଏମିତି, ଭିଡିଓ ଦେଖିଲେ ଥରିଉଠିବ କଲିଜା

ନବରାତ୍ରି ଉପଲକ୍ଷେ ଭାରତର ଅନେକ ସ୍ଥାନରେ ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଅନେକ ପ୍ରକାରର ଦୋଳି ଲାଗିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ନେଉଥିବା ଦେଖିବାକୁ ମିଳିଥାଏ। ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଦୋଳି ଲଗାଯାଉଥିଲା। କିନ୍ତୁ ସମୟ ସହିତ ବିଦେଶରୁ ବିପଜ୍ଜନକ ଦୋଳି ଆସି ମେଳାରେ ଲାଗୁଛି।

କିଛି ଦୋଳି ଏତେ ବିପଜ୍ଜନକ ଯେ, ଏହାକୁ ଦେଖିଲେ ଭୟରେ ଦେହହାତ ଥରିଉଠେ। ଏହି ଦୋଳି ଉପରକୁ ଚଢ଼ିବା ପାଇଁ ଜଣଙ୍କର ହାର୍ଟ ସେତିକି ଦମ୍ଭ ଥିବା ଜରୁରୀ। ଯଦିଓ ଏହି ଦୋଳି ଉପରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ ତଥାପି ଦୁର୍ଘଟଣା ଘଟେ। ଅନେକ ଥର ଲୋକଙ୍କ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟେ ଏବଂ ବେଳେବେଳେ ଦୋଳି ସଂସ୍ଥାପକମାନେ ନିରାପତ୍ତାରେ କିଛି ତ୍ରୁଟି ଘଟାନ୍ତି। ଏକ ଦୋଳିରେ ଘଟିଥିବା ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଯୁବତୀ ବହୁ ଉଚ୍ଚ ଦୋଳିରୁ ଖସି ଝୁଲି ରହିଥିବା ଦେଖିବାକୁ ମିଳିଛି।

ଯୁବତୀ ଜଣକ ଦୋଳିରେ ବସିଥିବା ବେଳେ ତାଙ୍କ ବେଲ୍ଟ ଖସି ଯାଇଥିଲା। ଫଳରେ ସେ ନିଜ ସିଟ୍‌ରୁ ପଡ଼ିଯାଇ ଝୁଲିକି ରହିଥିଲେ। ସୌଭାଗ୍ୟବଶତଃ ଯୁବତୀ ଜଣକ ନିଜ ଆସନକୁ ଜୋରରେ ଧରିଥିଲେ। ଏହି କାରଣରୁ ସେ ଆକାଶରେ ଝୁଲିବା ପରି ଦେଖାଯାଉଥିଲେ।

ଧୀରେ ଧୀରେ ଦୋଳି ଝୁଲିବା କମିବା ପରେ ତଳେ ଠିଆ ହୋଇଥିବା ଲୋକମାନେ ଯୁବତୀ ଜଣଙ୍କୁ ଧରିନେଇଥିଲେ। ଏହି ଭିଡିଓ ଶେୟାର ହେବା ମାତ୍ରେ ତୀବ୍ରବେଗରେ ଭାଇରାଲ ହେଉଛି। ୟୁଜରମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମେଳାରେ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏପରି ଦୁର୍ଘଟଣା ଘଟିପାରେ। ଆଉ କିଛି ୟୁଜର ଲେଖିଛନ୍ତି, ଏହି କାରଣରୁ ସେମାନେ ଦୋଳିଠାରୁ ଦୂରେଇ ରୁହନ୍ତି।

Share