Posted inଫୁରସତ

ମେଳାରେ ଦୋଳିର ମଜା ନେଉଥିଲେ ଯୁବତୀ, ଘଟିଥିଲା ଏମିତି, ଭିଡିଓ ଦେଖିଲେ ଥରିଉଠିବ କଲିଜା

ନବରାତ୍ରି ଉପଲକ୍ଷେ ଭାରତର ଅନେକ ସ୍ଥାନରେ ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଅନେକ ପ୍ରକାରର ଦୋଳି ଲାଗିଥାଏ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋଳିର ମଜା ନେଉଥିବା ଦେଖିବାକୁ ମିଳିଥାଏ। ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଦୋଳି ଲଗାଯାଉଥିଲା। କିନ୍ତୁ ସମୟ ସହିତ ବିଦେଶରୁ ବିପଜ୍ଜନକ ଦୋଳି ଆସି ମେଳାରେ ଲାଗୁଛି।

 

View this post on Instagram

 

A post shared by BlackKGMS (@blackkgms)

କିଛି ଦୋଳି ଏତେ ବିପଜ୍ଜନକ ଯେ, ଏହାକୁ ଦେଖିଲେ ଭୟରେ ଦେହହାତ ଥରିଉଠେ। ଏହି ଦୋଳି ଉପରକୁ ଚଢ଼ିବା ପାଇଁ ଜଣଙ୍କର ହାର୍ଟ ସେତିକି ଦମ୍ଭ ଥିବା ଜରୁରୀ। ଯଦିଓ ଏହି ଦୋଳି ଉପରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ ତଥାପି ଦୁର୍ଘଟଣା ଘଟେ। ଅନେକ ଥର ଲୋକଙ୍କ ଅସାବଧାନତା ହେତୁ ଏହି ଦୁର୍ଘଟଣା ଘଟେ ଏବଂ ବେଳେବେଳେ ଦୋଳି ସଂସ୍ଥାପକମାନେ ନିରାପତ୍ତାରେ କିଛି ତ୍ରୁଟି ଘଟାନ୍ତି। ଏକ ଦୋଳିରେ ଘଟିଥିବା ଅଘଟଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଯୁବତୀ ବହୁ ଉଚ୍ଚ ଦୋଳିରୁ ଖସି ଝୁଲି ରହିଥିବା ଦେଖିବାକୁ ମିଳିଛି।

ଯୁବତୀ ଜଣକ ଦୋଳିରେ ବସିଥିବା ବେଳେ ତାଙ୍କ ବେଲ୍ଟ ଖସି ଯାଇଥିଲା। ଫଳରେ ସେ ନିଜ ସିଟ୍‌ରୁ ପଡ଼ିଯାଇ ଝୁଲିକି ରହିଥିଲେ। ସୌଭାଗ୍ୟବଶତଃ ଯୁବତୀ ଜଣକ ନିଜ ଆସନକୁ ଜୋରରେ ଧରିଥିଲେ। ଏହି କାରଣରୁ ସେ ଆକାଶରେ ଝୁଲିବା ପରି ଦେଖାଯାଉଥିଲେ।

ଧୀରେ ଧୀରେ ଦୋଳି ଝୁଲିବା କମିବା ପରେ ତଳେ ଠିଆ ହୋଇଥିବା ଲୋକମାନେ ଯୁବତୀ ଜଣଙ୍କୁ ଧରିନେଇଥିଲେ। ଏହି ଭିଡିଓ ଶେୟାର ହେବା ମାତ୍ରେ ତୀବ୍ରବେଗରେ ଭାଇରାଲ ହେଉଛି। ୟୁଜରମାନେ ଭିଡିଓ ଦେଖି ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମେଳାରେ ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏପରି ଦୁର୍ଘଟଣା ଘଟିପାରେ। ଆଉ କିଛି ୟୁଜର ଲେଖିଛନ୍ତି, ଏହି କାରଣରୁ ସେମାନେ ଦୋଳିଠାରୁ ଦୂରେଇ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri