Posted inଫୁରସତ

ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀ କଲେ ଏମିତି କାମ: ଲୋକେ କରୁଛନ୍ତି ବାଃ ବାଃ

ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍‌ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ ପ୍ରେମ ସମ୍ପର୍କ ଟାଇମ୍‌ପାସ୍‌ ଭଳି ହୋଇଯାଇଛି। ଅନେକ ସମୟରେ ଏପରି ହୋଇଥାଏ, ଯଦି ପ୍ରେମ ସମ୍ପର୍କ ଭାଙ୍ଗିଯାଏ ତେବେ ଯୁବତୀ/ଯୁବକ ଅବସାଦଗ୍ରସ୍ତ ହୋଇଯାଆନ୍ତି। କିଛି ଲୋକ ନିଜ ପୂର୍ବତନ ସାଥୀଙ୍କଠାରୁ ପ୍ରତିଶୋଧ ନେବାକୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତି। ଏହା ସହ ଜଡିତ ଏକ ଘଟଣା ଆଜିକାଲି ଖୁବ ଚର୍ଚ୍ଚାରେ ରହିଛି। ଜଣେ ଯୁବତୀ ନିଆରା ଢଙ୍ଗରେ ନିଜ ପୁରୁଣା ପ୍ରେମିକଙ୍କ ସହ ପ୍ରତିଶୋଧ ନେଇଛନ୍ତି।
୨୯ ବର୍ଷୀୟା ମାଡେଲିନ ସାଲାଜାରଙ୍କ ଅନେକ ପୁଅଙ୍କ ସହ ପ୍ରେମ ସମ୍ପର୍କ ଥିଲା,କିନ୍ତୁ ପ୍ରତିଥର ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଉଥିଲା। ପୁଅମାନେ ସେମାନଙ୍କୁ ଛାଡି ଯାଉଥିଲେ । ସେ ଏହି କଥାକୁ ଭୁଲି ପାରି ନ ଥିଲେ ଏବଂ ସୁଯୋଗ ମିଳିବା ପରେ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ। କିନ୍ତୁ ଏହି ପ୍ରତିଶୋଧ ଏକ ରକ୍ତାକ୍ତ ପ୍ରତିଶୋଧ ନ ଥିଲା ବରଂ ସେ ପ୍ରତିଶୋଧ ନେବା ପାଇଁ ନିଆରା ଉପାୟ ଖୋଜିଥିଲେ।

ଏଥିପାଇଁ ମେଡେଲିନ ଟେକ୍ନୋଲୋଜିର ସାହାରା ନେଇଥିଲେ। ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବହାର କରିଥିଲେ ଏବଂ ତାଙ୍କ ଫଟୋରେ ଭିନ୍ନ ଭିନ୍ନ ପୁଅ ଯୋଡ଼ିଥିଲେ। ଏହା ବହୁତ ବାସ୍ତବ ଦେଖାଯାଉଥିଲା। ଏକ ଫଟୋରେ ସେ ଜଣେ ପୁଅ ସହ ବସିଥିବାର ଦେଖିବାକୁ ମିଳୁଛି, କେଉଁଠି ପୁଅ କାନ୍ଧରେ ମୁଣ୍ଡ ରଖିଛି ତ ଆଉ କେଉଁଠି ସେ ପୁଅ ସହ ପାର୍ଟି କରୁଥିବାର ନଜର ଆସିଥିଲେ। ବାସ୍ତବତା ହେଉଛି ସେ ସଂପୂର୍ଣ୍ଣ ଏକୁଟିଆ ଥିଲେ। ମାଡେଲିନଙ୍କୁ ଏହି ଉପାୟ ଦେଖି ଲୋକେ ତାଙ୍କୁ ବାଃ ବାଃ କରୁଛନ୍ତି।
ମାଡେଲିନ କହନ୍ତି,ନକଲି ଏଆଇ ବୟଫ୍ରେଣ୍ଡଙ୍କ ସହ ଫଟୋ ଏବଂ ଭିଡିଓ ତିଆରି କରିବାକୁ ତାଙ୍କୁ ଅନେକ ଘଣ୍ଟା ସମୟ ଲାଗିଥାଏ। ଏହାତାଙ୍କ ପୂର୍ବ ପ୍ରେମିକମାନେ ଈର୍ଷା କରିବା ପାଇଁ ଉଦ୍ଦିଷ୍ଟ। ତେବେ ଏହି ନିଆରା କୌଶଳ ମଧ୍ୟ ମାଡେଲିନଙ୍କ ପାଇଁ ଟଙ୍କା ରୋଜଗାର କରିବାର ଏକ ଉପାୟ ହେବାକୁ ଯାଉଛି। କାରଣ ସେ କହନ୍ତି ଯେ, ତାଙ୍କୁ ଅନେକ ଲୋକଙ୍କ ଠାରୁ ଅନୁରୋଧ ମଧ୍ୟ ଆସିଛି, ଯେଉଁମାନେ ନିଜ ପ୍ରେମିକ, ସ୍ବାମୀ କିମ୍ବା ଗର୍ଲଫ୍ରେଣ୍ଡଙ୍କୁ ଈର୍ଷା କରିବା ପାଇଁ ଏପରି ଏଡିଟିଂ ଫଟୋ ତିଆରି କରିବାକୁ ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?