ଦାରିଙ୍ଗବାଡ଼ି,୩୧।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚକରେ ୩ ବାଇକ ଆରୋହୀ ବିକଟାଳ ଶବ୍ଦ ବାହାରୁଥିବା ସାଇଲାନ୍ସର ଲଗାଇ ବୁଲୁଥିବା ଓ ଷ୍ଟଣ୍ଟ ଦେଖାଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲା। ପରେ ସେମାନଙ୍କଠାରୁ ଜରିମାନା ଆଦାୟ କରିବା ସହ ବାଇକରେ ଲାଗିଥିବା ସାଇଲାନ୍ସରକୁ ପୋଲିସ ଖୋଲିଦେଇଛି। ଉକ୍ତ ସାଇଲାନ୍ସରକୁ ବାଇକ ମାଲିକ ଜଣକ ୫୦ ହଜାର ଟଙ୍କା ଦେଇ କିଣିଥିବା ପୋଲିସକୁ କହିଥିଲେ। ପୋଲିସ ଉକ୍ତ ସାଇଲାନ୍ସର ଖୋଲି ଚାଳକଙ୍କୁ ଛାଡିଦେଇଥିବା ଜଣାପଡିଛି।


