ନଦୀପଠାରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ଯୁବକ ଗିରଫ, ମହିଳାଙ୍କ ସ୍ବାମୀଙ୍କୁ ବଦ୍‌ନାମ କରିବାକୁ ଉଦ୍ୟମ କରିଥିଲେ

ଭୁବନେଶ୍ୱର,୭।୨(ସୂର୍ଯ୍ୟକାନ୍ତ ବେହେରା): ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ସ୍ଥିତ ଦୟାନଦୀ ପଠାରୁ ଜାନୁୟାରୀ ୨୮ରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାବତ ପରିଚୟ ଖୋଜିପାରି ନାହିଁ। ଫଳରେ ମହିଳାଙ୍କ ମୃତ୍ୟୁକୁ ନେଇ ଏବେବି ରହସ୍ୟ ଲାଗି ରହିଛି। ଏହାରି ଭିତରେ ଜଣେ ଯୁବକ ଏହି ମାମଲାରେ ଜଣେ ମହିଳାଙ୍କ ସ୍ବାମୀଙ୍କୁ ଫସାଇବାକୁ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି।
ମହିଳାଙ୍କ ସ୍ବାମୀଙ୍କ ପରିଚୟପତ୍ର ମୃତଦେହ ମିଳିଥିବା ସ୍ଥାନରେ ପକାଇବା ଅଭିଯୋଗରେ ଧଉଳି ପୋଲିସ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ପୁରୀ ଅଞ୍ଚଳର ମିଟୁ ପରିଡ଼ା (୩୪)। ମିଟୁଙ୍କଠାରୁ  କିଛି ପରିଚୟପତ୍ର, ଗୋଟିଏ ମୋବାଇଲ୍‌ ଓ ଗୋଟିଏ ବାଇକ୍‌ ଜବତ ହୋଇଛି।
ପୋଲିସ ସୂଚନାନୁସାରେ, ଅଭିଯୋଗକାରିଣୀ ମହିଳା ସୁମିତ୍ରା ସାହୁ ଗତ ୬ବର୍ଷ ପୂର୍ବେ ନିଜ ସମ୍ପର୍କୀୟଙ୍କ ଜରିଆରେ ଅଭିଯୁକ୍ତ ମିଟୁଙ୍କ ସଂସ୍ପର୍ଶରେ ଆସିବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ମଧ୍ୟରେ ମିଟୁ ମହିଳାଙ୍କୁ ଏକପାଖିଆ ଭଲପାଇ ବସିଥିଲେ। ପରବର୍ତ୍ତୀ ସମୟରେ ମହିଳାଙ୍କର ଅନ୍ୟଜଣେ ଯୁବକଙ୍କ ସହ ବିବାହ ହୋଇଥିଲା। ବିବାହ ପରେ ଆର୍ଥିକ ସଙ୍କଟ ଦେଖାଦେବାରୁ ମହିଳା ଜଣଙ୍କ ମିଟୁଙ୍କୁ ଯୋଗାଯୋଗ କରି ଏକ ଲୋନ୍‌ କରାଇ ଦେବାଲାଗି ଅନୁରୋଧ କରିଥିଲେ।
ମହିଳାଙ୍କ ଅନୁରୋଧକ୍ରମେ ମିଟୁ କମ୍‌ ସୁଧରେ ଲୋନ୍‌ କରାଇଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ନିକଟରୁ ତାଙ୍କ ସ୍ବାମୀଙ୍କ ଆଧାର କାର୍ଡ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ଆର୍‌ସି ବୁକ୍‌ ନେଇଯାଇଥିଲେ। ମାତ୍ର ଲୋନ୍‌ ନ କରାଇବା ଓ ମହିଳାଙ୍କ ସହ କୌଣସି ଯୋଗାଯୋଗ ରଖି ନ ଥିଲେ। ଏହି ସମୟ ମଧ୍ୟରେ ଧଉଳି ଥାନା ଅଞ୍ଚଳରେ ଏକ ଅଜଣା ମହିଳାଙ୍କ ମୃତଦେହ ମିଳିଥିବା ନେଇ ଅଭିଯୁକ୍ତ ଜଣଙ୍କ ଟିଭିରୁ ଜାଣିବାକୁ ପାଇଥିଲେ। ଏହି ମୃତ ମହିଳାଙ୍କୁ ଆଧାର କରି  ସୁମିତ୍ରାଙ୍କ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ଲାଗି ଅଭିଯୁକ୍ତ ଜଣକ ସୁମିତ୍ରାଙ୍କ ନିକଟରୁ ନେଇଥିବା ତାଙ୍କ ସ୍ବାମୀଙ୍କ କାଗଜପତ୍ର ସବୁକୁ ଉକ୍ତ ମହିଳାଙ୍କ ମୃତଦେହ ନିକଟରେ ପକାଇ ଦେଇଆସିଥିଲେ।
ମୃତ ମହିଳାଙ୍କ ମାମଲାର ତଦନ୍ତ ଚାଲିଥିବା ବେଳେ ପୋଲିସ ସେଠାରୁ ଜବତ କରିଥିବା କାଗଜପତ୍ର ଆଧାରରେ ପ୍ରଥମେ ସୁମିତ୍ରାଙ୍କ ସ୍ବାମୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ପଚରାଉଚରା କରିବା ସମୟରେ ତାଙ୍କଠାରୁ ମିଳିଥିବା ତଥ୍ୟ ଏବଂ ତାଙ୍କ ପତ୍ନୀଙ୍କ ନିକଟକୁ ଯାଇଥିବା ଏକ ଫୋନ୍‌ କଲକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ମିଳିଥିବା ଏହି ତଥ୍ୟ ଆଧାରରେ ପୋଲିସ ତଦନ୍ତ କରିବା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଚଢ଼ାଉ ଜରିଆରେ ଅଭିଯୁକ୍ତ ମିଟୁଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପଚରାଉଚରା ବେଳେ ଅଭିଯୁକ୍ତ ଜଣଙ୍କ ପୂର୍ବରୁ ଥିବା ରାଗ ଶୁଝାଇବା ତଥା ସୁମିତ୍ରାଙ୍କ ସ୍ବାମୀଙ୍କୁ ବଦ୍‌ନାମ କରିବା ଲାଗି ଏଭଳି ପ୍ରୟାସ କରିଥିବା ସ୍ବୀକାର କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri