ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ

ଔରଙ୍ଗାବାଦ, ୨୨।୮: ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର ଖଣି ଭିତରକୁ ଖସି ପଡ଼ିବାରୁ ମା, ବାପା ଏବଂ ପୁଅ ତିନିଜଣଙ୍କ ମୃତ୍ୟୁ ଘଟିଛି। ପାରିବାରିକ ବିବାଦକୁ ନେଇ ଯୁବକ ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ। ତାଙ୍କୁ ଫେରାଇ ଆଣିବା ଉଦ୍ୟମ ବିଫଳ ହୋଇଥିଲା। ଯୁବକ ଖଣି ମଧ୍ୟକୁ ଖସିପଡ଼ିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ପ୍ରଥମେ ବାପା ଏବଂ ପରେ ମା ମଧ୍ୟ ଖଣିରେ ପଡ଼ିଯାଇଥିଲେ।

Odisha’s No.1 Odia Daily

Share