ରାସ୍ତା ମଝିରେ କାର ଉପରେ ଠିଆ ହୋଇ ବିଡା ବିଡା ଟଙ୍କା ଉଡାଇଲେ ଯୁବକ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୩।୧୦ : ରାଜସ୍ଥାନର ରାଜଧାନୀ ଜୟପୁରର ବଜାର ମଝିରେ ଜଣେ ଯୁବକ ବିଡା ବିଡା ଟଙ୍କା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୪୨ ସେକେଣ୍ଡର ଏହି ଭିଡିଓରେ ମାସ୍କ ପିନ୍ଧିଥିବା ଜଣେ ଯୁବକ କାରର ଛାତ ଉପରେ ଚଢ଼ି ଟଙ୍କା ଉଡାଉଛନ୍ତି। ଏହି ସମୟ ମଧ୍ୟରେ ରାସ୍ତାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ନୋଟ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସୋମବାର ସନ୍ଧ୍ୟା ସମୟର ହେବ ବୋଲି କୁହାଯାଉଛି। ଯେଉଁଥିରେ ଯୁବକ ଜଣକ ଜବାହର ସର୍କଲ ପୋଲିସ ଷ୍ଟେଶନ ପରିସରରେ ଥିବା ଜିଟି ବଜାର ସମ୍ମୁଖରେ କାର ଉପରେ ଠିଆ ହୋଇଥିବା ବେଳେ ନୋଟ ଉଡ଼ାଇ ଥିଲେ।

ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ଜୟପୁରର ଜିଟି ବଜାର ସମ୍ମୁଖରେ ଏକ କଳା ରଙ୍ଗର ଆଲ୍ଟୋ କାର ରାସ୍ତା ମଝିରେ ଅଟକି ରହିଥିଲା। ଜଣେ ଯୁବକ ମାସ୍କ ପିନ୍ଧିଥିଲେ। ସେ ହଠାତ କାର ଉପରେ ଠିଆ ହୋଇ ବ୍ୟାଗରୁ ନୋଟ ବାହାର କରି ଉଡ଼ାଇବା ଆରମ୍ଭ କଲେ । ଯୁବକ ଜଣକ ପ୍ରାୟ ୨୦ ମିନିଟ ପାଇଁ ୨୦ ଟଙ୍କିଆ ନୋଟ ଉଡାଇ ଦେଇଥିଲେ। ଏହି ସମୟ ମଧ୍ୟରେ ରାସ୍ତାରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ନୋଟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ଏହାର ଭିଡିଓ ମଧ୍ୟ କରୁଥିଲେ। ଏହା ପରେ ଯୁବକ ଜଣକ କାରରେ ବସି ଘଟଣାସ୍ଥଳ ଛାଡିଥିଲେ।

ଜିଟି ବଜାର ସାମ୍ନାରେ ଯୁବକ ଜଣକ କାରର ଛାତ ଉପରକୁ ନୋଟ ଉଡାଇଥିଲେ ମଧ୍ୟ ନିକଟସ୍ଥ ପୋଲିସ ଷ୍ଟେଶନର କୌଣସି ପୋଲିସ କର୍ମଚାରୀ ଏହି ଘଟଣାରେ ହସ୍ତକ୍ଷେପ କରି କରି ନ ଥିଲେ। ପରେ ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ସେତେବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ଯୁବକଙ୍କୁ ତାଙ୍କ କାର ନମ୍ବର ଆଧାରରେ ଅଟକ ରଖିଥିଲା। ଯେଉଁଠାରେ ପରେ ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ଯୁବକ ଜଣକ କହିଥିଲେ ସେ ନିଜ ଇଚ୍ଛା ପାଇଁ ଏହି କାର୍ଯ୍ୟ କରିଛନ୍ତି।

ଅଭିଯୁକ୍ତ ଯୁବକ କାରର ଛାତ ଉପରେ ନୋଟ ଉଡାଇବା ଏକ ଗୁରୁତର ବିଷୟ। ପୋଲିସ କହିଛି ନୋଟ ଉଡ଼ାଇବା କାର୍ଯ୍ୟ ଜାତୀୟ ମୁଦ୍ରା ଏବଂ ଦେଶଦ୍ରୋହର ଅପମାନ ବର୍ଗରେ ରହିଛି। ଏହା ଅଧୀନରେ, ସିଆରପିସିର ଧାରା ୧୨୪-ଏ ଅନୁଯାୟୀ, ଦଣ୍ଡ ୩ ବର୍ଷରୁ ଆଜୀବନ କାରାଦଣ୍ଡ ପର୍ଯ୍ୟନ୍ତ ହୋଇପାରେ। ଏହା ବ୍ୟତୀତ କୋର୍ଟ ଅଭିଯୁକ୍ତଙ୍କ ଉପରେ ଜୋରିମାନା ମଧ୍ୟ ଲଗାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?