Categories: ଫୁରସତ

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଯୁବକ ଜଣକ ମେଡେଲିନ କଲମ୍ବିଆ ସହରରୁ ସାଇକେଲ ଯାତ୍ରା ଆରମ୍ଭ କରୁଛନ୍ତି। ପରେ କ୍ଷୀପ୍ର ଗତିରେ ରାସ୍ତାରେ ସାଇକେଲକୁ ଚଲାଉଛନ୍ତି। ଏହି ସମୟରେ ରାସ୍ତାପାର୍ଶ୍ୱରେ ଅନେକ ଲୋକ ଛିଡା ହୋଇ ତାଙ୍କ ସାଇକେଲ ଚାଳନାକୁ ଦେଖୁଛନ୍ତି। ଭିଡିଓଟି ମେଡେଲିନ କଲମ୍ବିଆ ସହରର। ଏହି ଭିଡିଓକୁ ରେକ୍ସ ଚାପମ୍ୟାନ ଟୁଇଟ କରି ଶେୟାର କରିଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share