ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ ଅଭିଯୋଗ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, କିଛି ମାସ ତଳେ ଯୋଗୀ ଦଳାଇ (୩୨) ନାମକ ଜଣେ ଯୁବକ ତାଙ୍କ ଜଣେ ସମ୍ପର୍କୀୟ ବିବାହିତା ମହିଳାଙ୍କୁ ଗାଈ ଗୁହାଳ ଭିତରକୁ ଟାଣି ନେଇଥିଲେ। ସେଠାରେ ସେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ହୋଇଛି। ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି।
ଏନେଇ ପୀଡ଼ିତା ସୋମବାର ସାରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ଓ ତାଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ହିଞ୍ଜିଳି ଥାନାରେ ମାମଲା ନଂ ୩୯୩/୨୬ ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ଯୋଗୀ ଦଳାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।