Categories: ଫୁରସତ

ପାଣିରେ ପଡ଼ିଯାଇଥିଲା ଆଇଫୋନ୍‌, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍‌ ଅଛି

ବର୍ତ୍ତମାନ ସମୟରେ ଆଇଫୋନ୍‌ର ଖୁବ୍‌ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍‌ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍‌ନୀ ବିକି ଆଇଫୋନ କିଣିଥିବା ଖବର ବି ଶୁଣିବାକୁ ମିଳିଛି। ଯଦି କାହା ଆଇଫୋନ୍‌ ହଜିଯାଏ ତେବେ କେତେ ଦୁଃଖ ଲାଗିବ ତାହା ଅନୁଭବୀକୁ ହିଁ ଜଣା। ମାତ୍ର ଭାବିଲେ ଜଣେ ଯୁବକଙ୍କର ଆଇଫୋନ୍‌ଟି ବର୍ଷକ ତଳେ ପାଣିରେ ପଡ଼ିଯାଇଥିଲା। ଏବେ ସେ ଏହି ଫୋନ୍‌ଟିକୁ ପାଇଛନ୍ତି। ତାଙ୍କ ଖୁସି କହିଲେ ନ ସରେ। କାରଣ ଫୋନ୍‌ଟି ବର୍ଷେଧରି ପାଣିରେ ପଡ଼ି ମଧ୍ୟ ଠିକ୍‌ ଅଛି।

ତାଇବାନର ଚେନ୍‌ ନାମକ ଜଣେ ଯୁବକଙ୍କ କ୍ଷେତ୍ରରେ ଏପରି ଘଟିଛି। ଏଠାକାର ସନ-ସୁନ ହ୍ରଦକୁ ସବୁଠୁ ବଡ଼ ହ୍ରଦ ଭାବରେ ଗ୍ରହଣ କରାଯାଏ। ଏହି ହ୍ରଦ ଶୁଖିଯିବାରୁ ଫୋନ୍‌ଟି ମିଳିଥିଲା। ଯେଉଁଥିପାଇଁ ଚେନ୍‌ ନିଜକୁ ଭାଗ୍ୟଶାଳୀ ମନେ କରିଛନ୍ତି। ଚେନ୍‌ ହ୍ରଦରେ ନୌବିହାର କରୁଥିବା ସମୟରେ ଭୁଲବଶତଃ ତାଙ୍କର ୧୧ ପ୍ରୋ ମ୍ୟାକ୍ସ ପାଣିରେ ପଡ଼ିଯାଇଥିଲା। ସେ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ଏବେ ବର୍ଷକ ପରେ ଫୋନ୍‌ଟିକୁ ପାଇ ବହୁତ ଖୁସି ଥିବା କହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଏତେଦିନ ପାଣିରେ ପଡ଼ି ବି ଫୋନ୍‌ ସେମିତି ଠିକ୍‌ ଅଛି।

Share