ଝରଣାରେ ଗାଧୋଉ ଥିବାବେଳେ ବୁଡିଯାଇ ଯୁବକ ମୃତ

ପାଇକମାଳ, ୩।୬(ଡିଏନଏ ): ବରଗଡ଼ ଜିଲା ପାଇକମାଳ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାଦ ଦେଶରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ଶନିବାର କେତେକ ଯୁବକ ଭୀମଧାରରେ ପହଞ୍ଚି ଗାଧୋଉ ଥିବାବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ, ଚକୁଳି ଫାର୍ମ ଅଞ୍ଚଳର ଶ୍ରୀରାମ ବାସନ ସେଠି (୧୮) । ସେ ପାଣିରେ ବୁଡି ରହିଥିବା ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ତାଙ୍କ କିଛି ସାଙ୍ଗଙ୍କ ସହିତ ନୃସିଂହନାଥ ଆସିଥିଲେ। ସେମାନେ ଭୀମଧାର ଝରଣାର ଗାଧୋଉ ଥିବାବେଳେ ମୃତ ଯୁବକ ଭାସି ଯାଇ ଏକ ପଥରରେ ଫସି ଯାଇଥିଲେ। ସେଠାରୁଉଦ୍ଧାର କରି ତାଙ୍କୁ ଡାକ୍ତରଖାନା ପଠାଯାଇଥିଲା।

 

.େଧେୋ  ଗା.େଧେୋଉ