ଖଳାରେ ଧାନ ଜଗିଥିବା ବେଳେ କଚାଡ଼ିଲା ହାତୀ, ଯୁବକଙ୍କ ଜୀବନ ଗଲା

ଦେବଗଡ଼,୧୮।୧୨(ଡି.ଏନ୍‌.ଏ.): ଖଳାରେ ଧାନ ଜଗିଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ। ଦେବଗଡ ବନଖଣ୍ଡ ରିଆମାଳ ବନାଞ୍ଚଳ ଚିରଗୁଣିକୁଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଭାଗ୍ୟ କିସାନ(୩୫)।

ସୂଚନାନୁଯାୟୀ, ଘର ନିକଟରେ ଥିବା ନିଜ ଖଳାରେ ଭାଗ୍ୟ ଅମଳ ହୋଇସାରିଥିବା ଧାନ ଜଗିଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛିି । ଅପରପକ୍ଷେ ରବିବାର ଏନେଇ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।