ଭାର୍ଗବୀରେ ଭାସିଗଲେ ଯୁବତୀ

ପୁରୀ ଅଫିସ,୨୫।୭: ପୁରୀ ଜିଲା ପିପିଲି ବ୍ଲକ ପୁବାଶାସନ ନିକଟ ଭାର୍ଗବୀ ନଦୀରେ ସୋମବାର ଜଣେ ଯୁବତୀ ଭାସିଯାଇ ନିଖୋଜ ଅଛନ୍ତି। ଯୁବତୀ ଜଣକ ଶୌଚ ପାଇଁ ନଦୀକୁ ଯାଇଥିଲେ। ହଠାତ୍‌ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ପିପଲିରୁ ଅଗ୍ନିଶମ ବାହିନି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଯାବତ୍‌ ତାଙ୍କ ପରିଚୟ ମିଳିପାରି ନାହିଁ।