ପାଇକମାଳ,୩୦।୧୦(ବଡ ଶତପଥୀ) : ବିଦ୍ୟୁତ କରେଣ୍ଟ ଲାଗି ଯୁବ ଚାଷୀଙ୍କ ମୃତ୍ୟୁ। ବରଗଡ ଜିଲା ପାଇକମାଳ ବ୍ଲକ ବୁକୁରା ମୁଣ୍ଡା ଗ୍ରାମର ଜଣେ ଚାଷୀ ଗୁରୁବାର ସକାଳେ ନିଜ ଧାନ ଫସଲରେ ଔଷଧ ସିଞ୍ଚନ କରିବାକୁ ଯାଉଥିବାବେଳେ ୧୧କେଭିଏ ବିଦ୍ୟୁତ ତାର ଜମିରେ ପଡିଥିଲା। ତାକୁ ଡେଇଁ କରି ଯିବା ସମୟରେ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ଯୁବ ଚାଷୀ ହେଲେ ରବି ସାହୁ (୩୪)। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।


