ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍‌କସ୍‌ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…

ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର ମଧ୍ୟାହ୍ନରେ ପୂଜା ସାରି ଫେରୁଥିବା ବେଳେ ଥାନା ସମ୍ମୁଖରେ ଜଣେ ଯୁବକ ତାଙ୍କୁ ପେଚ୍‌କସ୍‌ ଦ୍ୱାରା ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଂସ ବଧ: ସରିଲା ବରଗଡ଼ ଧନୁଯାତ୍ରା, କ୍ଷମା ପ୍ରାର୍ଥନା ପାଇଁ ପୁରୀ ଅଭିମୁଖେ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ...

ଭେନେଜୁଏଲା ପରେ ଏବେ ଆଗାମୀ ନମ୍ବର ଇରାନ୍‌ର? ବଢ଼ିଲା ହଲଚଲ 

ଓ୍ବାଶିଂଟନ,୩।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ଆମେରିକୀୟ ସେନାର ହେପାଜତରେ ଅଛନ୍ତି। ଶୁକ୍ରବାର ଭେନେଜୁଏଲାରେ ଆକ୍ରମଣକୁ ନିଶ୍ଚିତ କରି ଏହି ସୂଚନା...

ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର,୩।୧: ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ...

ଘରୁ ଔଷଧ ଆଣିବାକୁ ବୁଲେଟ୍‌ରେ ବାହାରିଥିଲେ ୨ ଭାଇ, ବୁଲାଣିରେ କାର ସହ ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ..

ଜି.ଉଦୟଗିରି,୩।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଓ ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବୁଲେଟ...

ନୂଆ ବର୍ଷରେ ନବୀନଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ, ଚାଷୀଙ୍କ ସମସ୍ୟାକୁ ନେଇ…

ଗଜପତି,୩।୧(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଶନିବାର ସନ୍ଧ୍ୟାରେ ନବୀନ ନିବାସକୁ ଯାଇ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ...

ତୈମୂର କ୍ଷେପଣାସ୍ତ୍ର ପରୀକ୍ଷାକଲା ପାକିସ୍ତାନ: ଜାଣନ୍ତୁ ଏହାର ଲକ୍ଷ୍ୟଭେଦ କ୍ଷମତା…

ଇସ୍‌ଲାମାବାଦ,୩ା୧: ପାକିସ୍ତାନ ବାୟୁସେନା ଶନିବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ତୈମୂର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରିଛି। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୬୦୦ କିଲୋମିଟର ରହିଛି।...

୧୨୭ ବର୍ଷ ପରେ ଭାରତ ଫେରିଲା ପିପରହଓ୍ବା ବୁଦ୍ଧ ରତ୍ନ

ନୂଆଦିଲ୍ଲୀ,୩ା୧: ଭଗବାନ ବୁଦ୍ଧ ପ୍ରଦାନ କରିଥିବା ଜ୍ଞାନ ଓ ଦେଖାଇଯାଇଥିବା ମାର୍ଗ ସମସ୍ତ ମାନବଜାତିର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି। ବୁଦ୍ଧଙ୍କ ପବିତ୍ର...

ଚାଳକଙ୍କୁ ଦୁର୍ବ୍ୟବହାର କରି ବସ୍‌ ଭଙ୍ଗାରୁଜା

ଦିଗପହଣ୍ଡି,୩।୧(ଅଶେଷ ନାଥ ମିଶ୍ର): ରାଜ୍ୟ ପରିବହନ ନିଗମର ଏକ ସରକାରୀ ଯାତ୍ରୀବାହୀ ବସ୍‌କୁ ଅଟକାଇ ଚାଳକଙ୍କୁ ଦୁର୍ବ୍ୟବହାର ସହ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri