ଠିକା କ୍ୟାମ୍ପରେ ନିଆଁ ଲାଗି ଶ୍ରମିକ ଜୀବନ୍ତଦଗ୍ଧ

ଭବାନୀପାଟଣା,୨୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଏକ ଠିକା କ୍ୟାମ୍ପରେ ସୋମବାର ଅପରାହ୍ନରେ ନିଆଁ ଲାଗି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ମୃତ ଶ୍ରମିକଙ୍କ ନାମ ପ୍ରଦୀପ କେତକୀ ଓ ତାଙ୍କ ଘର କୋକସରା ଥାନା କାଶିବାହାଲ ଗ୍ରାମର ବୋଲି ଜଣାପଡିଛି। କ୍ୟାମ୍ପରେ କିଭଳି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚତ୍ ନିଆକୁ ଆୟତ୍ତ କରିଛି। ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।