ମହିଳାଙ୍କ ଶାଢ଼ିରେ ଲାଗିଲା ନିଆଁ

ରାଉରକେଲା ଅଫିସ,୧୯।୨: ଦୀପରୁ ଶାଢିକାନିରେ ନିଆଁ ଲାଗିଯିବାରୁ ଜଣେ ମହିଳା ଅଳ୍ପକେ ବର୍ତ୍ତିଛନ୍ତି। ଏଭଳି ଅଘଟଣ ଶନିବାର ଉଦିତନଗର ସ୍ଥିତ ମାଲଗୋଦାମ ଖଟାଲ ବସ୍ତିରେ ଥିବା ବଟେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି। ମାଲଗୋଦାମ ବସ୍ତିର ଫୁଲମତି କିଷାନ ସନ୍ଧ୍ୟା ୬ଟାରେ ଜାଗର ଦୀପ ଜାଳିବା ପାଇଁ ଏହି ମନ୍ଦିରକୁ ଯାଇଥିଲେ। ସେ ଦୀପରେ ନିଆଁ ଲଗାଉଥିବାବେଳେ ଅନ୍ୟ ଏକ ଦୀପରୁ ତାଙ୍କ ଲୁଗା କାନିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ଅନ୍ୟ ଭକ୍ତମାନେ ତୁରନ୍ତ ଉକ୍ତ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଥିଲେ।