ଏହି ୩ ଗୁଣ ଥିବା ସ୍ତ୍ରୀ ବଦଳାଇ ଦିଅନ୍ତି ସ୍ବାମୀଙ୍କ ଭାଗ୍ୟ

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୁଖମୟ ଜୀବନ ପାଇଁ ଭଲ ଜୀବନ ସାଥୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ବିବାହ ପୂର୍ବରୁ ପ୍ରତ୍ୟେକ ଜାଣିବାକୁ ଚେଷ୍ଟା କରନ୍ତି ତାଙ୍କ ଜୀବନସାଥୀ କିପରି ହେବା ଆବଶ୍ୟକ। କିନ୍ତୁ ଅଧିକାଂଶ ବିବାହ ପୁଅର ଟଙ୍କା ଏବଂ ଝିଅର ସୌନ୍ଦର୍ଯ୍ୟ ନେଇ ଏବେ କରାଯାଉଛି। ଯେଉଁଥିପାଇଁ , ଛାଡପତ୍ର ଏବଂ ଦ୍ୱିତୀୟ ବିବାହ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନିତୀଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନଯାପନ କରିପାରିବ। ଚାଣକ୍ୟ କହିଛନ୍ତି, ଯଦି ତୁମେ ଏହି ୩ ଗୁଣ ଥିବା ମହିଳାଙ୍କୁ ବିବାହ କର, ତୁମର ପରିବାର ସର୍ବଦା ସୁଖ ଶାନ୍ତିରେରେ ପରିପୂର୍ଣ୍ଣ ରହିବ। ତେବେ ଆଚାର୍ଯ୍ୟ କେଉଁ ଗୁଣଧାରୀ ସ୍ତ୍ରୀଙ୍କ ବିଷୟରେ କହିଛନ୍ତି ଜାଣନ୍ତୁ।

ଶାନ୍ତ ମନ

ଶାନ୍ତ ମନ ଥିବା ସ୍ତ୍ରୀ କୌଣସି ପରିସ୍ଥିତିରେ ରାଗି ନ ଥାନ୍ତି। ସବୁ ପରିସ୍ଥିତି ସହିତ ସେ ନିଜକୁ ଖାପଖୁଆଇ ଚଳିଥାନ୍ତି। ଯେଉଁଥି ପାଇଁ ସେମାନଙ୍କ ସ୍ବାମୀଙ୍କ ଜୀବନ ସହଜ ହୋଇଯାଏ ।

ଧର୍ଯ୍ୟ
ଘର ଚଳାଇବା ପାଇଁ ଧର୍ଯ୍ୟର ନିତ୍ୟାନ୍ତ ଆବଶ୍ୟକ ରହିଛି। ଧର୍ଯ୍ୟ ଦ୍ୱାରା ସମସ୍ତ କଠିନ ପରିସ୍ଥିତିର ସାମ୍ନା ସହଜରେ କରାଯାଇପାରେ। ଯେଉଁଘରେ ସ୍ତ୍ରୀ ଧର୍ଯ୍ୟବାନ ସେଘରେ ଯେ କୌଣସି ପରସ୍ଥିତିକୁ ସେ ସହଜରେ ସାମ୍ନା କରିପାରେ ।

ଧର୍ମ

କୁହାଯାଏ ଦାନ ଧର୍ମ ଦ୍ୱାରା ଘରେ ଶାନ୍ତି ବଢ଼େ ଧନ ବଢ଼େ। ଗୋଟିଏ ସ୍ତ୍ରୀ ଧାର୍ମିକ ସ୍ବଭାବର ହୋଇଥିଲେ ସେ ଘରେ ଟଙ୍କା ପଇସା କେଉଁଥିରେ ଅଭାବ ରହେ ନାହିଁ।