Categories: ଫୁରସତ

କିଡ୍‌ନୀ ଦେଇ ମହିଳା ପୂରଣ କଲେ ଅଧୁରା ସ୍ବପ୍ନ, ସତ କଥା ଜାଣିଲେ…

ଦୁନିଆରେ ମାନବ ସ୍ବାସ୍ଥ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଖରାପ, ତେବେ ଦୁନିଆରେ ଯେତେ ଭଲ ଜିନିଷ ଥାଉ ନା କାହିଁକି ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ। ଯଦି ସ୍ବାସ୍ଥ୍ୟ ଠିକ୍‌ ତେବେ ସବୁ ଠିକ୍‌। ଜଣେ ବ୍ୟକ୍ତିଙ୍କ ସହିତ ସେମିତି ଏକ ଘଟଣା ଘଟିଥିଲା। ଯେତେବେଳେ ତାଙ୍କର ଜଣେ ବାନ୍ଧବୀ ଦେବଦୂତ ରୂପରେ ତାଙ୍କ ସାମ୍ନାରେ ଠିଆ ହୋଇଥିଲେ।

ଜଣେ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ନେଇ ଏଲେନ ଗାର୍ନର ନାମକ ଜଣେ ମହିଳା ତାଙ୍କ କିଡ୍‌ନୀ ଦାନ କରିଥିଲେ। ଏହାର ପ୍ରତିବଦଳରେ ତାଙ୍କର ବନ୍ଧୁ ତାଙ୍କର ଏକ ପୁରୁଣା ସ୍ବପ୍ନ ପୂରଣ କରିଛନ୍ତି। ଏଲେନ ଯାହାଙ୍କୁ କିଡ୍‌ନୀ ଦାନ କରିଛନ୍ତି, ସେ କେବଳ ତାଙ୍କର ବନ୍ଧୁ ନୁହନ୍ତି ତାଙ୍କ ଭିଣୋଇ ମଧ୍ୟ। ଯିଏ ନୂଆ ଜୀବନ ପାଇଛନ୍ତି ସେ ଏଲେନଙ୍କୁ ମୋଟ୍‌ ୧୧ ଲକ୍ଷ ଟଙ୍କାର ଉପହାର ଦେଇଛନ୍ତି।

୫୨ ବର୍ଷୀୟା ଏଲେନ ତାଙ୍କ କିଡ୍‌ନୀକୁ ୫୭ ବର୍ଷୀୟା ଜାଫ୍ରା ଶାମସୁଦ୍ଦିନଙ୍କୁ ଦାନ କରିଛନ୍ତି। ଡାକ୍ତରୀ ଯାଞ୍ଚ ସମୟରେ ଜାଫ୍ରା ଜାଣିବାକୁ ପାଇଲେ ଯେ, ସେ କିଡ୍‌ନୀ ରୋଗରେ ପୀଡ଼ିତ ଅଛନ୍ତି। ଏକ ଟେକ୍‌ କମ୍ପାନୀରେ କାମ କରୁଥିବା ଜାଫ୍ରା ଖୁବ୍‌ଶୀଘ୍ର ଅନୁଭବ କଲେ ଯେ, ଏହି ରୋଗ ତାଙ୍କ ଜୀବନ ନେଇପାରେ। ଯେତେବେଳେ ସ୍ତ୍ରୀଙ୍କ ଭଉଣୀ ଅର୍ଥାତ୍‌ ଶାଳୀ ଏଲେନ ତାଙ୍କ ନିକଟକୁ ଦେବଦୂତ ଭାବରେ ଆସିଥିଲେ। ସେ ତାଙ୍କ କିଡ୍‌ନୀକୁ ଜାଫ୍ରାକୁ ଦାନ କଲେ ଏବଂ ତାଙ୍କ ଜୀବନ ରକ୍ଷା ହୋଇଗଲା। ବର୍ତ୍ତମାନ ଉଭୟ ସୁସ୍ଥ ଅଛନ୍ତି। ଏହି ମାମଲା ଘରୋଇ ହୋଇଥିବାରୁ ଏଲେନ କିଛି ମାଗି ନ ଥିଲେ କିମ୍ବା ଜାଫ୍ରା ତାଙ୍କୁ ସିଧାସଳଖ ଟଙ୍କା ଦେଇପାରି ନ ଥିଲେ।

ଜାଫ୍ରା ନିଜ ଜୀବନ ବଞ୍ଚାଇଥିବା ଏଲେନ୍‌ଙ୍କୁ ତାଙ୍କ ପ୍ରିୟ ବାଇକ ହାର୍ଲି-ଡେଭିଡସନଙ୍କୁ ପଞ୍ଜୀକରଣ ଏବଂ ନମ୍ବର ପ୍ଲେଟ ସହିତ ୧୧ ଲକ୍ଷ ଟଙ୍କା ଉପହାର ଦେଇଛନ୍ତି। ବାସ୍ତବରେ ଏଲେନ ଏବଂ ତାଙ୍କ ସାଥୀ ଷ୍ଟିଭ୍‌ଙ୍କୁ ସେମାନଙ୍କ ବାଇକ୍‌ କଲେକ୍ସନ ବିକ୍ରୟ କରିବାକୁ ପଡ଼ିଲା। ଏଲେନ ଏହାକୁ ବହୁତ ମିସ୍‌ କରୁଥିଲେ। ତେଣୁ ଜାଫ୍ରା ତାଙ୍କୁ ଏହି ବାଇକ୍‌ ଉପହାର ଦେଇ ଖୁସି କରାଇବା ସହ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।

Share