ମହିଳାଙ୍କୁ ପଥରରେ ଛେଚି ହତ୍ୟା ଘଟଣା: ହତ୍ୟାକାରୀଙ୍କ ବୟାନକୁ ଖଣ୍ଡନ କଲେ ମୃତ ମହିଳାଙ୍କ ପୁଅ

ଗଞ୍ଜାମ,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅନ୍ତର୍ଗତ ଜହମି ଗ୍ରାମର ମହିଳାଙ୍କୁ ପଥର ଛେଚି ହତ୍ୟା ଘଟଣାର ପର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ। ହତ୍ୟାକାରୀ ମୃତ ମହିଳାଙ୍କ ନିଜ ପୁତୁରା ସେହି ଗ୍ରାମର ମୁନା ନାହାକ (୨୩) ସେ ଏବେ ଜେଲରେ। ଘଟଣାସ୍ଥଳରୁ ମିଳିଥିବା ଇୟର ଫୋନ ଖୋଲିଥିଲା ହତ୍ୟାର ରହସ୍ୟ। ଅଭିଯୁକ୍ତଙ୍କୁ ପୋଲିସ ଗୁଡ଼େଇ ତୁଡ଼େଇ ପଚରାଉଚରା ପରେ ସେ ମାନିଥିଲା ବୋଲି ରମ୍ଭା ଥାନା ଆଇଆଇସି ପି ସ୍ବରୂପ କିଷାନ କହିଛନ୍ତି। ଦୀର୍ଘ ତିନି ଘଣ୍ଟା ପଚରା ଉଚରା ପରେ ଅଭିଯୁକ୍ତ ନିଜେ ପଥର ଛେଚି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଥିଲେ। କାହିଁକି ଓ କ’ଣ ପାଇଁ ତାଙ୍କୁ ହତ୍ୟା କଲ ବୋଲି ପୋଲିସ ପଚାରିବାରୁ ସେହି ଅଞ୍ଚଳର ଜଣେ ଝିଅକୁ ପ୍ରେମ କରୁଥିଲା।  ଏହାକୁ ନେଇ ମୃତ ମହିଳା ସବୁବେଳେ ମୁନାଙ୍କୁ ଦେଖେଇ ଶିଖେଇ କହୁଥିବା ଯୋଗୁ ମୁନା ଏଥିରେ ପୂର୍ବରୁ ରାଗ ରଖିଥିଲେ। ଏଥିସହ ମୁନାଙ୍କ ବିଧବା ମା’ଙ୍କୁ ନିଜ ଘରେ କାମ  କରିବାକୁ ମୃତ ମହିଳା ଚାପ ପକାଉଥିଲେ ବୋଲି ଅଭିଯୁକ୍ତ ପୋଲିସକୁ କହିଥିଲେ। ଅନ୍ୟପଟେ ଅଭିଯୁକ୍ତଙ୍କ ବୟାନକୁ ଖଣ୍ଡନ କରୁଛନ୍ତି ମୃତ ମହିଳାଙ୍କ ପରିବାର। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଅଭିଯୁକ୍ତ ପୋଲିସକୁ କହିଥିବା କଥା ଭିତ୍ତିହୀନ।  ତାଙ୍କର ଗରିବ ହେତୁ ମା’ ସବୁବେଳେ ତାଙ୍କ ପ୍ରତି ଅନୁକମ୍ପା ଦେଖାଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ପୁଅ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେବେହେଲେ ନିଜ ଘର କାମ କରିବାକୁ ବାଧ୍ୟ କରୁ ନ ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri